ବାଣିଜ୍ୟ

କ୍ରିପ୍ଟୋକରେନ୍ସି ଉପରେ ବ୍ୟାନ ଲଗାଇବାକୁ ଚାହୁଁଛି ରିଜର୍ଭ ବ୍ୟାଙ୍କ, କିନ୍ତୁ ଦରକାର ବିଶ୍ୱର ସହଯୋଗ: ନିର୍ମଳା ସୀତାରମଣ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ପୁଣି ଥରେ କ୍ରିପ୍ଟୋକରେନ୍ସି ଉପରେ ସରକାରଙ୍କ ଅଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ସୋମବାର ଜୁଲାଇ ୧୮ରେ ସଂସଦରେ ସେ ଏହା ଉପରେ ବୟାନ ଦେଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି କ୍ରିପ୍ଟୋକରେନ୍ସି ଉପରେ କଟକଣା କିମ୍ୱା କଠୋର ଆଇନକୁ ପ୍ରଭାବୀ କରିବା ପାଇଁ ବିଶ୍ୱର ଅନ୍ୟ ଦେଶର ସହଯୋଗ ଜରୁରୀ। ଆରବିଆଇ କ୍ରିପ୍ଟୋକରେନ୍ସିକୁ ନେଇ କଠୋର ନିୟମ ଆଣିବା ଏବଂ ଏହାର ବ୍ୟବହାର ଉପରେ ରୋକ ଲଗାଇବା ପକ୍ଷରେ ରହିଛି । ଅର୍ଥମନ୍ତ୍ରୀ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, ଆଇବିଆଇ ଦେଶର ମୋନେଟାରୀ ଏବଂ ଆର୍ଥିକ ସ୍ଥିରତା ପାଇଁ କ୍ରିପ୍ଟୋକରେନ୍ସି ବିପଦ ବୋଲି ପୂର୍ବର କହିସାରିଛି । ଏହି ସେକ୍ଟର ପାଇଁ ଆଇନ ଆଣିବାକୁ ସୁପାରିସ ମଧ୍ୟ କରିସାରିଛି । ଏହା ଉପରେ ରୋକ ଲଗାଯିବା ଦରକାର ବୋଲି ଆରବିଆଇ ମତ ଦେଇଛି ।   ଅର୍ଥମନ୍ତ୍ରୀ କହିଛନ୍ତି, କ୍ରିପ୍ଟୋକରେନ୍ସିର ବ୍ୟାପକ ବିସ୍ତାରକୁ ନଜରରେ ରଖି ନିୟମର ଉଲ୍ଲଂଘନ ରୋକିବା ପାଇଁ ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ରହିଛି । ଏଥିପାଇଁ ଏହା ଉପରେ ରୋକ ଲଗାଇବାର କୌଣସି ଆଇନ ପ୍ରଭାବୀ ହୋଇପାରିବ ନାହିଁ । କେନ୍ଦ୍ର ସରକାର ଆଜି ଯାଏଁ କ୍ରିପ୍ଟୋକରେନ୍ସି ଉପରେ ମୁକ୍ତ ଭାବେ ନିଜର ଅଭିମୁଖ୍ୟ ରଖିବାଠାରୁ ଦୂରେଇ ରହୁଥିଲେ। ଏହାକୁ ଫାଇନାନସିଆଲ କରେନ୍ସି ଧରାଯିବ ନା ଅନ୍ୟ କୌଣସି କ୍ୟାଟେଗରୀରେ ରଖାଯିବ ଏହାକୁ ନେଇ ମଧ୍ୟ ସ୍ପଷ୍ଟ ମତ ରଖି ପାରି ନଥିଲେ । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କ୍ରିପ୍ଟୋକରେନ୍ସିର ବ୍ୟବହାର ଉପରେ ବିଶ୍ୱ ସ୍ତରରେ ପଦକ୍ଷେପ ନେବାକୁ ଜୋର ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com