ବାଣିଜ୍ୟ

ଉପସ୍ଥାପିତ ହେଲା ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍

ଭୁବନେଶ୍ୱର, ୨୪/୧୧/୨୦୨୨ –    ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତରିକ୍ତ ବଜେଟ୍ ଗୁରୁବାର ବିଧାନସଭାରେ ଆଗତ ହୋଇଛି । ବଜେଟରେ ମୋଟ୍ ୧୬ ହଜାର ୮ ଶହ କୋଟି ଅଟକଳ ରଖାଯାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଙ୍କ ଅନୁପସ୍ଥିତରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଏହି ବଜେଟ ଆଗତ କରିଛନ୍ତି । ଆଗତ ଅତିରିକ୍ତ ବଜେଟରେ, ଯୋଜନା ବାବଦକୁ ୯୨୦୦ କୋଟି , ପ୍ରଶାସିକ ବ୍ୟୟ ବରାଦ ପାଇଁ ୪୯୩୪ କୋଟି ବିପର‌୍ୟ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୨୬୧୦ କୋଟି ବ୍ୟୟ ଅଟକଳ କରାଯାଇଛି । ସେହିଭଳି କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳସେଚନ ସୁବିଧା ପାଇଁ ମୋଟ ୩୦୬.୬୫ କୋଟି ଟଙ୍କା, ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏହାଛଡା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ପାଇଁ ମୋଟ ୪୩୮ କୋଟି ଟଙ୍କା ରଖାଯାଇଛି । ଅନ୍ୟପଟେ ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ଅତିରିକ୍ତ ବଜେଟରେ ୨୦୮୪ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ଦୀର୍ଘ ଅଢେଇ ବର୍ଷ ପରେ ଆଜିଠାରୁ କୋଭିଡ କଟକଣା ମୁକ୍ତ ବିଧାନସଭାର ଶୀତ କାଳୀନ ଅଧିବେଶନ ଆରମ୍ଭ ହୋଇଛି । ଚଳିତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଏହା ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ ଏବଂ ୨ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com