Featuredଅନ୍ତର୍ଜାତୀୟଜାତୀୟବାଣିଜ୍ୟ

ଟ୍ରାଏଲ୍ କରୁ କରୁ ପପୁଲାର୍ ହୋଇଗଲା ଆଇଟମ୍‌, ବିନା ପ୍ରମୋସନରେ ବିଗ୍ ସକସେସ୍‌

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କୁହାଯାଏ କି ବିନ୍ଦୁ ବିନ୍ଦୁ ମିଶି ସିନ୍ଧୁ ବା ସମୁଦ୍ର ହୁଏ । କିନ୍ତୁ ଏକଥା ବିଶ୍ଵାସ କରି ହେଉ ନାହିଁ କି ଟଙ୍କାଏ ଟଙ୍କାଏ ମିଶି ୩୦୦ କୋଟି ବି ରୋଜଗାର ହୋଇ ପାରିବ। ତେବେ ଆଜି ଆମେ ଆଲୋଚନା କରିବା ୨ ବର୍ଷ ପୂର୍ବେ ଲଞ୍ଚ୍ ହୋଇଥିବା ପଲ୍‌ସ୍ କ୍ୟାଣ୍ଡି ବିଷୟରେ। ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ କି ଏହି କ୍ୟାଣ୍ଡି ଲଞ୍ଚ ହେବାର ମାତ୍ର ୮ ମାସରେ ୧୦୦ କୋଟି ଟଙ୍କା କମାଇଥିଲା । ଆଉ ୨ ବର୍ଷରେ ୩୦୦ କୋଟି ଟଙ୍କା କମାଇବାକୁ ସମର୍ଥ ହୋଇଛି। ବିନା ପ୍ରମୋସନରେ ଏଭଳି ସଫଳତା ପ୍ରାୟତଃ ବିରଳ କୁହାଯାଉଛି।

ରଜନୀଗନ୍ଧା, ପାସ୍‌ପାସ୍ ଆଉ କ୍ୟାଚ୍ ବନାଇଥିବା କମ୍ପାନୀ ଡିଏସ୍ ଗୃପ୍ ଏହି କଞ୍ଚା ଆମ୍ବର ସ୍ଵାଦ ଥିବା କ୍ୟାଣ୍ଡିକୁ ମାର୍କେଟକୁ ଆଣିଥିଲା। ପରେ ଏହି କ୍ୟାଣ୍ଡି ବିଶ୍ୱର ବଡ଼ ବନ କମ୍ପାନୀଙ୍କୁ ପଛରେ ପକାଇ ଦେଇଥିଲା । ଆଉ ଲୋକଙ୍କ ମୁହଁରେ ଏକ ନୂଆ ଟେଷ୍ଟ ଦେଇ ନିଜର ଜାଗା ବନାଇଥିଲା। ଏହା ବି ନୁହେଁ କି ପଲସ୍ ପୂର୍ବରୁ ଭାରତୀୟମାନେ କଞ୍ଚା ଆମ୍ବର କୌଣସି କ୍ୟାଣ୍ଡି ଟେଷ୍ଟ କରି ନାହାନ୍ତି । ଏହା ପୂର୍ବରୁ ପାର୍ଲେ କାଚା ମ୍ୟାଙ୍ଗୋ ବାଇଟ୍ ଆଣି ସାରିଥିଲା । କିନ୍ତୁ ପଲସ୍ ଏହାକୁ ନୂଆ ଟେଷ୍ଟ ଦେଇଥିଲା । କଞ୍ଚା ଆମ୍ବର ଟେଷ୍ଟ ସହ କିଛି ଖଟାମିଠା ମସଲା ବା ଜଲଜିରା ଭଳି ସ୍ଵାଦ ମିଶାଇଥିଲା । ଯାହା ଏହାର ସ୍ୱାଦକୁ ଖୁବ୍ ସ୍ୱତନ୍ତ୍ର କରିଥିଲା । ଏହା ଏତେ ଲୋକପ୍ରିୟ ହୋଇଗଲା କି ଲୋକମାନେ ପ୍ରଥମେ ପ୍ରଥମେ ପୂରା ଡବା ଉଠାଇ ନେଉଥିଲେ । ଏହା ଫଳରେ ମାର୍କେଟରେ ଏହାର ଡିମାଣ୍ଡ ବଢ଼ିଗଲା ଆଉ ସପ୍ଲାଏ କମ୍ । ଯାହା ପରେ ଏହା ବ୍ଲାକରେ ମିଳିବା ଆରମ୍ଭ ହେଲା, ପୁଣି ଲୋକାଲ କମ୍ପାନୀମାନେ ଏହାର ଡ଼ୁପ୍ଲିକେଟ ବାହାର କରିବା ମଧ୍ୟ ଆରମ୍ଭ କରିଦେଇଥିଲେ ।

ଡିଏସ୍ ଗୃପ୍‌ର ଏହି କ୍ୟାଣ୍ଡିକୁ ସବୁଠାରୁ ପ୍ରଥମେ ଫେବୃଆରି ୨୦୧୫ରେ ଟ୍ରାଏଲ ପାଇଁ ଗୁଜରାଟରେ ଲଞ୍ଚ କରାଯାଇଥିଲା । ସେଠାରେ ଲୋକମାନେ ଖଏହାକୁ ଏତେମାତ୍ରାରେ ପସନ୍ଦ କରିଲେ ଯେ ଏହା ପୂରା ଭାରତରେ ସପ୍ଲାଏ କରିବା ଆରମ୍ଭ ହୋଇଗଲା । ଆଉ ଦେଖୁ ଦେଖୁ ଏହି ୧ଟଙ୍କାର କ୍ୟାଣ୍ଡି ୩୦୦ କୋଟିର ବ୍ୟବସାୟ କରିଲା ଏବଂ ଓରିଓ ଭଳି ବହୁରାଷ୍ଟ୍ରୀୟ କମ୍ପାନୀକୁ ପଛରେ ପକାଇଦେଲା । ଏହାପୂର୍ବରୁ ୨୦୧୧ରେ ଲଞ୍ଚ ହୋଇଥିବା ଓରିଓ ୨୮୩ କୋଟି ଟଙ୍କାର ବ୍ୟବସାୟ କରିଥବବା ବେଳେ କୋକାକୋଲା ଭଳି ବହୁ ପ୍ରସିଦ୍ଧ କମ୍ପାନୀ ର କୋକ୍ ଜିରୋ ୧୨୦ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏହି କ୍ୟାଣ୍ଡିର ଆଉ ଏକ ରୋଚକ କଥା ହେଉଛି ଏହାର ପ୍ରଚାରରେ ସେମିତି କିଛି ବେଶି ଖର୍ଚ୍ଚ ହୋଇନଥିଲା । ଏହାର ଟେଷ୍ଟ ର୍ହି ସେମିତି ଥିଲା କି ଲୋକ ମାନେ ହିଁ ଏହାକୁ ନିଜେ ଟ୍ରାଏ କରୁଥିଲେ ଆଉ ନିଜ ସାଙ୍ଗମାନଙ୍କୁ ବି ଟ୍ରାଏ କରିବାକୁ କହୁଥିଲେ । ଆଉ ଏହିଭଳି ଭାବରେ ପଲସ୍‌ର ଡିମାଣ୍ଡ ବଢିବାକୁ ଲାଗିଲା ।

ଡିଏସ୍ ଗୃପ୍‌ ଭାଇସ୍ ପେସିଡେଣ୍ଟ ଙ୍କ କହିବା ଅନୁସାରେ ପଲସ୍ ନିଜର ଟେଷ୍ଟ ପାଇଁ ଲୋକଙ୍କ ପ୍ରିୟ ହୋଇଯାଉଛି । ଏହାକୁ ସିଙ୍ଗାପୁର, ୟୁନାଇଟେଡ୍‌ କିଙ୍ଗଡମ୍ ତଥା ଆମେରିକାରେ ବିକ୍ରିର ପ୍ରୟାସ କରରାଯାଇଥିଲା । ଯଦି ପଲସ୍‌ର ସଫଳତାକୁ ଗୋଟିଏ ଶବ୍ଦରେ ବର୍ଣ୍ଣନା କରାଯାଏ ତେବେ ତାହା ହେଉଛି ତାହାର ନିଆରା ପ୍ରୟାସ । ପଲସ୍ ପାର୍ଲେ କାଚା ମ୍ୟାଙ୍ଗୋ ବାଇଟ୍ ଭଳି କ୍ୟାଣ୍ଡି ବନାଇଥିଲା କିନ୍ତୁ ସେଥିରେ କିଛି ଡ଼୍ରାଏ ଖଟାମିଠା ମସଲା ବ୍ୟବହାର କରିଥିଲା । ଯାହାଫଳରେ ଏହା ଏକ ନୂଆ ଅନ୍ଦାଜରେ ମାର୍କେଟକୁ ଆସିଲା । ସେହିଭଳି ଦୁନିଆର କୌଣସି ବ୍ୟକ୍ତି ଯଦି କିଛି ନୂଆ କରିବା ପାଇଁ ଚେଷ୍ଟା କରେ ତେବେ ସେ ସଫଳ ଅବଶ୍ୟ ମିଳିବାର ସମ୍ଭାବନା ରହିଛି।  ଆଶା କରୁଛୁ ଆପଣଙ୍କୁ ପଲସ୍ କ୍ୟାଣ୍ଡି ଭଳି ତାର ସଫଳତାର କାହାଣୀ ମଧ୍ୟ ଖୁବ୍ ଭଲ ଲାଗିଥିବ।

Related Articles

Back to top button
WP Twitter Auto Publish Powered By : XYZScripts.com