ଜୀବନଶୈଳୀ
ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଲେ ପି.ଭି. ସିନ୍ଧୁ

ବର୍ମିଂହାମ, ୦୮/୦୮/୨୦୨୨- ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ ପଦକ । ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ଫାଇନାଲରେ କାନାଡାର ଏମ୍. ଲିଙ୍କୁ ୨୧-୧୫, ୨୧-୧୩ ସେଟରେ ହରାଇ ଏହି ପଦକ ହାତେଇଛନ୍ତି । ସିନ୍ଧୁଙ୍କ ବିଜୟ ସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସିନ୍ଧୁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।