Breaking NewsFeaturedଜାତୀୟବାଣିଜ୍ୟରାଜନୀତି

ଧୈର୍ଯ୍ୟ ଧରନ୍ତୁ, ସବୁ ନୋଟ୍‌ ଫେରାଇ ନିଆଯିବାକୁ ପ୍ଲାନ୍‌ ହୋଇଛି: RBI

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଦେଶରେ ୨ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରୁଛି ଆରବିଆଇ । ଯଦିଓ ଏହା ବର୍ତ୍ତମାନ ଆଇନଗତ ଭାବେ ବୈଧ ରହିଛି କିନ୍ତୁ ଏହାକୁ ୩୦ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କରେ ଜମା କରିବାକୁ ପଡ଼ିବ । ଏହି ପ୍ରକ୍ରିୟା ମେ ୨୩ରୁ ଆରମ୍ଭ ହେବାକୁ ଯାଉଛି । ତେବେ ୨ ହଜାର ଟଙ୍କିଆ ନୋଟ ଫେରସ୍ତ ଏବଂ ବଦଳକୁ ନେଇ ବିଭିନ୍ନ ପ୍ରକାର ଗୁଜବ ଉଠୁଥିବାରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ୨ ହଜାର ଟଙ୍କିଆ ନୋଟ ଅଚଳ ନୁହେଁ । ସେହିପରି ନୋଟ ବନ୍ଦ ହେବାର ବି କୌଣସି ସୂଚନା ଦିଆଯାଇନାହିଁ । କେବଳ କ୍ଲିନ ନୋଟ ପଲିସି ଆଧାରରେ ନୋଟକୁ ଫେରାଇ ନିଆଯାଉଛି । ବଜାରରୁ ସମସ୍ତ ୨ ହଜାର ଟଙ୍କିଆ ନୋଟ ଫେରାଇ ନେବାକୁ ଆରବିଆଇ ପ୍ଲାନ କରିଛି । ତେଣୁ ମିଛ ପ୍ରଚାରରୁ ଦୂରେଇ ରୁହନ୍ତୁ । ସେହିପରି ଜନସାଧାରଣଙ୍କୁ ନିବେଦନ କରି ଶକ୍ତିକାନ୍ତ କହିଛନ୍ତି ୨ହଜାର ଟଙ୍କିଆ ନୋଟ ଫେରସ୍ତ କିମ୍ବା ବଦଳ କରିବାକୁ କେହି ତତ୍ପର ହୁଅନ୍ତୁ ନାହିଁ । ସେପ୍ଟେମ୍‌ବର ୩୦ ପରେ ମଧ୍ୟ ନୋଟ ବୈଧ ରହିବ । ଲୋକଙ୍କ ପାଖରେ ୪ ମାସର ସମୟ ରହିଛି। ଅଯଥାରେ ଯାଇ ବ୍ୟାଙ୍କରେ ଭିଡ ନଜମେଇବାକୁ ଅପିଲ କରିଛନ୍ତି ଗଭର୍ଣ୍ଣର । ଏହା ସହ ଦୋକାନୀମାନେ ଗ୍ରାହକଙ୍କ ଠାରୁ ୨ ହଜାର ଟଙ୍କିଆ ନୋଟ ନେବାକୁ ମନା କରିପାରିବେ ନାହିଁ ।

ଶକ୍ତିକାନ୍ତ ଆହୁରି ମଧ୍ୟ କହିଛନ୍ତି ଆରବିଆଇ ଆକ୍ଟର ଧାରା -୨୭ ଅନୁଯାୟୀ ଯେଉଁ ନୋଟ ଖରାପ ହୋଇଯାଇ ଥାଏ ତାକୁ ରିଜର୍ଭ ବ୍ୟାଙ୍କ ପୁଣି ଥରେ ଜାରି କରିବ ନାହିଁ । ଅନ୍ୟପଟେ ନୋଟ ବନ୍ଦୀ ସମୟରେ ନଗଦ ସମସ୍ୟାକୁ ପୂରଣ କରିବାକୁ ୨ ହଜାର ଟଙ୍କିଆ ନୋଟ ବଜାରକୁ ଛଡାଯାଇଥିଲା । ଏହି ନୋଟକୁ ଫେରାଇ ନେବାର ନିଷ୍ପତ୍ତି ମୁଦ୍ରା ସ୍ପିତି କ୍ଷମତା ଭିତରେ ଆସୁଛି । ତେଣୁ ଏହି ନୋଟକୁ ଆରବିଆଇ ଫେରାଇ ନେଉଛି । ସେହିପରି ରବିବାର ୨ ହଜାର ଟଙ୍କିଆ ନୋଟ ବିନିମୟ ପାଇଁ କୌଣସି ଆଇଡି ତଥା ପରିଚୟ ପତ୍ର ଆବଶ୍ୟକ ପଡ଼ିବ ନାହିଁ ବୋଲି ଏସବିଆଇ କହିଥିଲା । ହେଲେ ଏଭଳି ପରିସ୍ଥିତିରେ କଳା ଟଙ୍କା ଉପରେ କିପରି ନଜାର ରଖାଯିବ ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏହାର ଉତରରେ ଶକ୍ତିକାନ୍ତ କହିଥିଲେ, ଏପର୍ଯ୍ୟନ୍ତ କିଛି ପରିବର୍ତ୍ତନ କରିବାକୁ କୁହାଯାଇନବାହିଁ । ଆରବିଆଇ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଯାଂଚ କରେନାହିଁ । ହେି କାର୍ଯ୍ୟ ଆୟକର ବିଭାଗ ଦ୍ୱାରା କରାଯାଏ । ବ୍ୟାଙ୍କ ଗୁଡିକରେ ଏକ ରିପୋର୍ଟିଂ ସିଷ୍ଟମ ଅଛି । ଏହି କ୍ଷେତ୍ରରେ ମଧ୍ୟ ଏହା ଉପରେ ଧ୍ୟାନ ଦିଆଯିବ।

Rs 2000 Note displayed by an Indian Woma_Mobile News 24X7

ଅନ୍ୟପଟେ ବିନା ପ୍ରମାଣ ପତ୍ରରେ ନୋଟ ବିନିମୟକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ । ଏହାକୁ ନେଇ ସେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ସେ ଦାଖଲ କରିଥିବା ପିଟିସନରେ ଲେଖାଯାଇଛି ବିନା ପ୍ରମାଣପତ୍ରରେ ବ୍ୟାଙ୍କରେ ଜମା କରିବା ବା ପ୍ରତିବଦଳ କରିବା ଏକ ମନଇଚ୍ଛା ଓ ତର୍କହୀନ କାର୍ଯ୍ୟ । ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରିଛି । ଏହା ସହ ୨ ହଜାର ଟଙ୍କା ନୋଟକୁ ସମ୍ବଦ୍ଧିତ ଜମା ଖାତାରେ ଜମା କରିବା ପାଇଁ ଏସବିଆଇ ଓ ଆରବିଆଇକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି । ଏମିତି କରି କଳାଧନ ଓ ଅଧିକ ସମ୍ପତ୍ତି ରଖିଥିବା ଲୋକଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ । ଏହାଛଡା ଦୁର୍ନୀତି, ବେନାମୀ ନେଣଦେଣକୁ ସମାପ୍ତ କରିବା ଓ ନାଗରିକଙ୍କ ମୌଳିକ ଆଧିକାର ସୁରକ୍ଷିତ କରିବା ପାଇଁ କେନ୍ଦ୍ରକୁ କଳାଧନ ଓ ଆୟରୁ ଅଧିକ ସମ୍ପତ୍ତି ରଖିଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେବାକୁ ପିଟିସନରେ ଅନୁରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com