ଜାତୀୟ

ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ଅଭିଯାନ ବନ୍ଦ କରାଇଲେ ସୁପ୍ରିମ୍‌ କୋର୍ଟ; ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ() ଜାହାଙ୍ଗୀରପୁରୀରେ ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ବନ୍ଦ କରାଇବା ସହ ଆଗାମୀକାଲି ମାମଲାର ଶୁଣାଣି ହେବ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆଜି ଅପରାହ୍ଣ ୨ଟା ବେଳେ ଉକ୍ତ ମାମଲା ଶୁଣାଣି କରିବେ ବୋଲି ରାଜି ହୋଇଛନ୍ତି।

ଏକଥା ଶୁଣିବା ପରେ, ଆବେଦନକାରୀଙ୍କ ଓକିଲ ମହାନଗର ନିଗମ, ପୁଲିସ ଏବଂ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ଲିଗାଲ୍‌ ନୋଟିସ୍‌ ପଠାଇଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ଅନୁସାରେ, ଜାହାଙ୍ଗୀରପୁରୀରେ ଉଚ୍ଛେଦ ଅଭିଯାନ ବନ୍ଦ କରାଯାଉ ବୋଲି ସେଥିରେ ଅନୁରୋଧ କରାଯାଇଛି।

ଏହି ଉଚ୍ଛେଦ ସଂକ୍ରାନ୍ତରେ ସେମାନଙ୍କୁ କୌଣସି ‘ନୋଟିସ୍‌’ ଦିଆଯାଇ ନାହିଁ ବୋଲି ଜାହାଙ୍ଗୀରପୁରୀର ବାସିନ୍ଦାମାନେ କହୁଛନ୍ତି। କିନ୍ତୁ, ଉତ୍ତର ଦିଲ୍ଲୀ ମହାନଗର ନିଗମର ମେୟର୍‌ ରାଜା ଇକ୍‌ବାଲ୍‌ ସିଂହ ଆଜି ସକାଳ କହିଥିଲେ ଯେ, ସମଗ୍ର ଦିଲ୍ଲୀରେ ଜବରଦଖଲ ବିରୋଧୀ ଅଭିଯାନ ଚାଲିବ। ଏହି ଅଭିଯାନ ଲାଗି ଆମେ ଆଗରୁ ନିରାପତ୍ତା ପାଇଁ ଅନୁରୋଧ କରିଥିଲୁ। କିନ୍ତୁ, କୌଣସି କାରଣରୁ ସେ ବିଷୟରେ କିଛି ପଦକ୍ଷେପ ନିଆଯାଇ ନ ଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com