ଅନ୍ୟାନ୍ୟ

ଫଏସଲା ଅପେକ୍ଷାରେ ପଡି ରହିଛି ୪ କୋଟି ୩୦ ଲକ୍ଷ ମାମଲା

 ଭୁବନେଶ୍ୱର, ୦୩/୧୨/୨୦୨୨-  ବିଚାରପତି ଏବଂ ଅନ୍ୟ କର୍ମଚାରୀଙ୍କ ଅଭାବ ଓ ପୋଲିସର ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଆଦି କାରଣ ଯୋଗୁଁ ଦେଶରେ ୪ କୋଟି ୩୦ ଲକ୍ଷ ମାମଲା ବିଚାରଧୀନ ରହିଛି । ଓଡ଼ିଶାରେ ପଡି ରହିଥିବା ଏହିଭଳି ୧୭ ଲକ୍ଷ ମାମଲା ମଧ୍ୟରୁ ୧୩ ଲକ୍ଷ ହେଉଛି ଅପରାଧିକ ଶ୍ରେଣୀର । ସାରା ଦେଶରେ ଅପରାଧିକ ମାମଲା ଗୁଡିକରେ ଦଣ୍ଡବିଧାନ ହାର ୩୦ ପ୍ରତିଶତରୁ କମ୍‍ ରହୁଛି । ବିଚାର ଅପେକ୍ଷାରେ ଥିବା ଅପରାଧିକ ମାମଲା ଗୁଡିକ ମଧ୍ୟରୁ ୮ ପ୍ରତିଶତ ବି ସମାଧାନ ହୋଇ ପାରୁନାହିଁ ।

ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ମଧ୍ୟ ଅବସ୍ଥା ସମାନ । ଏଭଳି ସମ୍ବେଦନଶୀଳ ମାମଲାରେ ଦଣ୍ଡବିଧାନ ହାର ୧୦ ପ୍ରତିଶତ ଛୁଇଁ ପାରୁ ନ ଥିବା ବେଳେ ବର୍ଷରେ ମାମଲା ଫଇସଲା ହାର ୫ ପ୍ରତିଶତରୁ କମ୍‍ ରହୁଛି । ତେବେ ଦୁର୍ନୀତି ନିବାରଣ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ପ୍ରାୟ ୫୦ ପ୍ରତିଶତ ରହୁଛି, ଯାହା କି ଜାତୀୟ ହାରଠାରୁ ଅଧିକ । ମାମଲା ସଂଖ୍ୟା ହ୍ରାସ ପାଇଁ ୨୦୧୧ ମସିହାରେ ରାଜ୍ୟ ସରକାର ସ୍ବତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ । ତଥାପି ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com