Featuredଓଡ଼ିଶା

କେବେ ମିଳିବ ନବ ଦାସଙ୍କୁ ନ୍ୟାୟ?

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ଦିନକୁ ଦିନ ନୂଆ ମୋଡ଼ ନେଉଛି ମାମଲା । ଆଜିକୁ ଏହି ଘଟଣା ଦୁଇ ବର୍ଷ ବିତିଗଲାଣି । କିନ୍ତୁ ହତ୍ୟା ପଛର ରହସ୍ୟ ଉପରୁ ଏଯାଏଁ ଉଠିପାରିନି ପରଦା । ନବ ଦାସଙ୍କ ପରିବାକୁ କେବେ ମିଳିବ ନ୍ୟାୟ। କାହିଁକି ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ଗୋପାଳ, ଏବେ ବି ହୋଇନି ସ୍ପଷ୍ଟ। କ୍ରାଇମ୍ବ୍ରାଞ୍ଚ ତଦନ୍ତରେ ଅନେକ ତ୍ରୁଟି ସାମ୍ନାକୁ ଆସିଛି। ସେପଟେ ସିବିଆଇ ତଦନ୍ତ ପାଇଁ ଦାବି ବି କେବଳ ଦାବିରେ ରହିଛି। ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି, ସେପଟେ ସରକାର ଲିଖିତ ଭାବେ ଆବେଦନ କରିବାକୁ କହୁଛନ୍ତି। ଏହାରି ଭିତରେ ଦିପାଳୀ ଦାସ ଓ ତାଙ୍କ ଭାଇ ବିଶାଲ ଦାସ ସିବିଆଇକୁ ଲିଖିତ ଆକାରରେ ଚିଠି ଦେବୁ ବୋଲି ପ୍ରତିକି୍ରୟା ଦେଇଛନ୍ତି ।

Related Articles

Back to top button