ଓଡ଼ିଶା

ରାସ୍ତାକଡ଼କୁ ଖସିଲା ମାଛ ବୋଝେଇ ଟ୍ରକ, ଗାଡିରେ ଥିଲେ ଡ୍ରାଇଭର ଓ ହେଲ୍‌ପର

ଜଳେଶ୍ୱର: ଭାରସାମ୍ୟ ହରାଇ ରାସ୍ତକଡ଼ରେ ଥିବା ନୟନ ଯୋଡିକୁ ଖସିଲା ମାଛ ବୋଝେଇ ଟ୍ରକ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍‌ପର । ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚାଳାନା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ,  ହାଇଦ୍ରାବାଦରୁ ଏକ ୧୦ ଚକିଆ ଟ୍ରକ ମାଛ ବୋଝେଇ କରି କଲିକତା ଅଭିମୁଖେ ଯାଉଥିଲା । ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଗୁଡିଖାଳ ପୋଲ ନିକଟରେ ହଠାତ୍‌ ଡ୍ରାଇଭରର ମୁଣ୍ଡ ବୁଲାଇଥିଲା । ଯାହାଫଳରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ ନୟନ ଯୋଡିକୁ ଖସି ପଡିଥିଲା । ଯାହାଫଳରେ ଗାଡିରେ ଥିବା ଡ୍ରାଇଭର ଏବଂ ହେଲ୍‌ପର ଅଳ୍ପକେ ବର୍ତ୍ତିଯାଇଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com