ଓଡ଼ିଶା

ରାଜ୍ୟରେ ପ୍ରତିଦିନ ମରୁଛନ୍ତି ୩୨ କର୍କଟ ରୋଗୀ

ଭୁବନେଶ୍ୱର, ୦୨/୦୮/୨୦୨୨-  ରାଜ୍ୟରେ  ପ୍ରତିଦିନ ୩୨ ଜଣ କର୍କଟ ରୋଗୀଙ୍କ ମୃତ୍ୟୁ ହେଉଛି । ଏହାର ମୁକାବିଲା ପାଇଁ ୧୧ଟି ଉନ୍ନତମାନର କର୍କଟ ରୋଗ ନିରୁପଣ ଓ ଚିକିତ୍ସାକେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି  ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ବିଗତ ୩ ବର୍ଷରେ ୯୨ ହଜାର ୬୯୯ କର୍କଟ ରୋଗୀ ଚିହ୍ନଟ ହୋଇଥିବାବେଳେ ୩୧ ହଜାର ୬୯୨ ଜଣ  ରୋଗୀଙ୍କ ମୃତ୍ୟୁ ହୋଇଛି । କେବଳ ୨୦୨୧-୨୨ରେ ୩୩ ହଜାର ୭୫୭ ଜଣ  ଚିହ୍ନଟ କର୍କଟ ରୋଗୀଙ୍କ ମଧ୍ୟରୁ ୧୧ ହଜାର ୨୭୭ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲା ସଦର ମହକୁମା ଚିକିତ୍ସାଳୟମାନଙ୍କରେ ୩୨ଟି ସ୍ଥାନରେ ତାଲିମପ୍ରାପ୍ତ ଡାକ୍ତର ଓ ନର୍ସଙ୍କ ଦ୍ୱାରା ଡେ କେୟାର କେମୋଥେରାପି କେନ୍ଦ୍ର ମାନଙ୍କରେ କର୍କଟ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯାଉଛି । ରାଜ୍ୟରେ କର୍କଟ ରୋଗର ଉନ୍ନତମାନର ଚିକିତ୍ସା ପାଇଁ ରୋଗୀଙ୍କ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇ କର୍କଟ ଶଲ୍ୟ ଚିକିତ୍ସା ବ୍ୟବସ୍ଥା କରାଯାଇଛି ।   ଝାରସୁଗୁଡ଼ାରେ  ୧୨୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com