ଓଡ଼ିଶା

ଶ୍ରୀମା ନଗରରେ ନକଲି ଗୁଟଖା କରଖାନା ଠାବ

ବିପୁଳ ଗୁଟଖା ଓ ମେସିନ ଜବତ, ଦୁଇ ଗିରଫ

ବ୍ରହ୍ମପୁର, ୨୪/୦୮/୨୦୨୨-    ସଦରଥାନା ଅନ୍ତର୍ଗତ ଲୋଚାପଡା ଶ୍ରୀମା ନଗରରେ ଚାଲିଥିବା ଏକ ନକଲି ଗୁଟଖା କାରଖାନାରେ ପୁଲିସ ଚଢଉ କରି ବିପୁଳ ପରିମାଣର ଗୁଟଖା ସହ ବ୍ୟବହୃତ ଏକାଧିକ ମେସିନ ଜବତ କରିଛି । ଏହି ବେଆଇନ ଗୁଟଖା ପ୍ରସ୍ତୁତି କରୁଥିବା ନୂଆ କାଳୁପାତ୍ର ସାହିର ଶଙ୍କର କୁମାର ସାହୁ ଓ ହରିଡାଖଣ୍ଡି ତୋଟାସାହିର କୈଳାଶ ସାହୁଙ୍କୁ ପୁଲିସ ଗିରଫ କରିଛି । ଲୋଚାପଡା ଶ୍ରୀମା ନଗର ୫ମ ଲାଇନରେ ଥିବା ଏକ ଘରେ ନକଲି ଗୁଟଖା କାରଖାନା ଚାଲୁଥିବା ଖବର ମିଳିବା ପରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା, ଏଏସଆଇ ପି. ସିଏଚ ରଥ ଓ ଅନ୍ୟ ପୁଲିସ କର୍ମଚାରୀମାନେ ସେଠାରେ ଚଢଉ କରିଥିଲେ । ପୁଲିସ ଯାଞ୍ଚ ବେଳେ ସେମାନେ କୌଣସି ଲାଇସେନ୍ସ କାଗଜପତ୍ର ଦେଖାଇପାରିନଥିଲେ । ଏହାପରେ ପୁଲିସ ସେହି ଘରୁ ୪୦ ବସ୍ତା ଗୁଟଖା ସହ ୨ ବସ୍ତା ଧୂଆଁପତ୍ର, ୬ ବସ୍ତା ପଲିଥିନ, ୪୦୦ଟି ଖାଲି ପଲିଥିନ ପ୍ୟାକେଟ, ୫ଟି ପଲିଥିନ ରୋଲ, ଗୋଟିଏ ବସ୍ତା ପାନମଧୁରୀ, ୨ କେଜି ଚୁନ, ପ୍ୟାକିଂ ମେସିନ, ଏକ ଓଜନ ମେସିନ ଏବଂ ମିକଶ୍ଚର ମେସିନ ସହ ଅନ୍ୟାନ୍ୟ କଞ୍ଚାମାଲ ଜବତ କରାଯାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com