Breaking NewsFeaturedଓଡ଼ିଶା

ଓଡିଶା ପ୍ରଗତିରେ ଜନ ଧନ ଯୋଜନା

ଗରିବଙ୍କ ଆର୍ଥିକ ପ୍ରଗତିର ଚାବିକାଠି ସାଜିଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ଏହି ଯୋଜନା ମାଧ୍ୟମରେ କେବଳ ଓଡିଶାରେ ୧କୋଟ ୯୯ ଲକ୍ଷରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି । ଏଥିରେ ମହିଳା ଖାତାଧାରୀଙ୍କ ସଂଖ୍ୟା ୧ କୋଟି ୧୨ଲକ୍ଷରୁ ଅଧିକ ଅଛନ୍ତି । କେବଳ ଗ୍ରାମାଂଚଳରେ ୧ କୋଟି ୫୭ ଲକ୍ଷରୁ ଅଧିକ ଖାତା ଖୋଲାଯାଇଛି । ସେହିପରି କେବଳ ରାଜ୍ୟରେ ପ୍ରଧାନମନ୍ତ୍ରୀ ଜନ ଧନ ଆକାଉଂଟରେ ମୋଟ ଜମାରାଶି ରହିଛି ୮ ହଜାର ୭୬୫. ୧୮ କୋଟି ଟଙ୍କା ।

ସେହିପରି ଯଦି ପୁରା ଦେଶ କଥା କହିବା ତାହେଲେ ସରକାରୀ ତଥ୍ୟ ଆଧାରରେ ୧୨ ଜୁଲାଇ ୨୦୨୩ ଭିତରେ ୪୯ କୋଟି ୪୯ ଲକ୍ଷରୁ ଅଧିକ ଜନ ଧନ ଆକାଉଂଟ ଖୋଲାଯାଇଛି । ଏହି ଯୋଜନାରେ ୨୭ କୋଟି ୪୯ ଲକ୍ଷରୁ ଅଧିକ ମହିଳା ଯୋଡି ହୋଇଥିବା ବେଳେ ଗ୍ରାମାଂଚଳ ଏବଂ ଅର୍ଦ୍ଧ ଶହରୀ ବ୍ୟାଙ୍କ ଗୁଡିକରେ ୩୨ କୋଟି ୯୮ ଲକ୍ଷରୁ ଅଧିକ ଖାତା ଖୋଲା ଯାଇଛି । ସେହିପରି ଏହି ଖାତାରେ ମୋଟ ଜମା ରାଶି ରହିଛି ୨ ଲକ୍ଷ ୯୫୮ କୋଟି ।

୨୦୨୪ ଅଗଷ୍ଟ ୧୫ରେ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା । ସରକାରଙ୍କ ଏହି ଯୋଜନାର ମୂଳ ଉଦେଶ୍ୟ ଥିଲା ସୁଲଭ ମୂଲ୍ୟରେ ଆର୍ଥିକ ଉତ୍ପାଦ ଓ ସେବାଗୁଡିକର ସୁବିଧା ସୁନିଶ୍ଚିତ କରିବା ସେହିପରି ଜନ ଧନ ଖାତା ଗୁଡିକରେ ସିଧାସାଳଖ ବେନିଫିଟ ଟ୍ରାନ୍ସଫର ଜରିଆରେ ସ୍କଲାରସିପ, ସବସିଡି, ପେନସନ ବେଂ କୋଭିଡ ରିଲିଫ ଫଣ୍ଡ ଭଳି ବ୍ୟାଙ୍କ ଆକାଉଂଟରେ ଜମା କରାଯାଏ । ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗରିବଙ୍କ ଆର୍ଥିକ ପ୍ରଗତିର ଚାବିକାଠି ସାଜିଛି । ତେବେ ଆଗକୁ ନିର୍ବାଚନ ଥିବା ବେଳେ ରାଜ୍ୟ ବିଜେପି କେନ୍ଦ୍ରର ଏହି ସଫଳତାକୁ ଆଧାର କରି ଲୋକଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com