ଓଡ଼ିଶାଜାତୀୟ

ସୂର୍ଯ୍ୟ କିରଣ ଶୋ ପାଇଁ ପ୍ରସ୍ତୁତ ବାୟୁସେନା

ଭୁବନେଶ୍ୱର, ୧୫/୦୯/୨୦୨୨ – ରାଜଧାନୀ ଆକାଶରେ ଉଡିବ ଭଳିକି ଭଳି ବିମାନ । ଅତି ନିକଟରୁ ସାଧାରଣ ଲୋକେ ଦେଖିବେ ବାୟୁସେନାର ଶୋ । ଏଥିପାଇଁ କୁଆଖାଇ ନଦୀ ଉପରେ ପ୍ରାୟ ୧ କିଲୋମିଟର ପରିଧି ଭିତରେ ପାଖ।ପାଖି ୧୫ ମିନିଟ୍ ଧରି ବିଭିନ୍ନ ଉଡାଣ କୌଶଳ ଅଭ୍ୟାସ କରିଛି ବାୟୁସେନା । ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ବ୍ୟାପକ କର।ଯ।ଇଛି । ଶୁକ୍ରବାର ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ମ୍ୟାପିଂ କରାଯିବା ସହ ପଡ଼ିଆର ଅନୁଧ୍ୟାନ କରାଯାଇଛି ।

ଏଠାରେ ୧୨ଶହ ଲୋକ ଦେଖିବା ଭଳି ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ଲୋକ ସୂର୍ଯ୍ୟ କିରଣ ଶୋ’ ଏଠି ଦେଖିପାରିବେ। ୨ଟି ହକ୍ ବିମାନ ଆକାଶ ମାର୍ଗରେ ମ୍ୟାପିଂ କରିଛି । ବାୟୁସେନାର ଏହି ପ୍ରଦର୍ଶନ ଦେଖିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାୟୁସେନାର ଅନେକଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସ୍ଥିତି ଅନୁଧ୍ୟାନ କରିବା ସହ ୨୦ ପ୍ଲାଟୁନ୍ ଫୋର୍ସ ସହ ଶହେରୁ ଅଧିକ ବଛା ବଛା ଅଫିସର ନିୟୋଜିତ ରହିବେ ବୋଲି ପୋଲିସ କମିଶନର କହିଛନ୍ତି।

ଅନ୍ୟପଟେ , ପୁରୀରେ ଏୟାର ଶୋ’ ପାଇଁ ଏରିଏଲ ରେକି ଅନୁଷ୍ଠିତ ହୋଇଛି । ଆସନ୍ତା ୧୮ ରେ ପୁରୀ ରାଜଭବନ ପାର୍ଶ୍ୱ ବ୍ଲୁ ଫ୍ଲାଗ ବିଚ୍‌ରେ ବାୟୁସେନା ପକ୍ଷରୁ  ଏୟାର ଶୋ’ ଅନୁଷ୍ଠିତ ହେବ । ପୁରୀରେ ପ୍ରଥମ ଥର ପାଇଁ ଏୟାର ଶୋ’ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com