ଜାତୀୟ

କାଶ୍ମୀରରେ ଆତଙ୍କବାଦୀଙ୍କୁ ଆଉ ଏକ କଡାପ୍ରହାର, ଏନକାଉଣ୍ଟରରେ ଟଳିଲେ ୨ ଲସ୍କର ସଦସ୍ୟ

ଜମ୍ମୁ କାଶ୍ମୀର() ଶନିବାର ଜମ୍ମୁକାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଲସ୍କର -ଏ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ଶୋପିଆନ୍‌ର କିଲବାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଇନପୁଟ୍ ମିଳିଥିଲା । ଏହି ଆଧାରରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ପୋଲିସ ମୁଖପାତ୍ର କହିଛନ୍ତି ।

 

ସେ କହିଛନ୍ତି ଯେ, “ସର୍ଚ୍ଚ ଅପରେସନ୍ ସମୟରେ ମିଳିତ ସର୍ଚ୍ଚ ଟିମ୍ ସନ୍ଦିଗ୍ଧ ସ୍ଥାନ ଆଡକୁ ଗଲାବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହାର ପ୍ରତିଶୋଧ ସୁରକ୍ଷାବାହିନୀ ନେଇଥିଲେ । ମୁଖପାତ୍ର କହିଛନ୍ତି ଯେ ଏନକାଉଣ୍ଟରରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କରର ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଏନକାଉଣ୍ଟର ସ୍ଥାନରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ନିହତ ହୋଇଥିବା ଆତଙ୍କବାଦୀଙ୍କ ନାମ ସୋପିଆନର ଧୋଙ୍ଗାମ ନିବାସୀ ସମୀର ଅହମ୍ମଦ ଶାହା ଏବଂ ପୁଲୱାମା ନିବାସୀ ରାଇସ ଅହମ୍ମଦ ମୀର ବୋଲି ଜଣାପଡିଛି । ସେ କହିଛନ୍ତି ଯେ ପୋଲିସର ରେକର୍ଡ ଅନୁଯାୟୀ ହତ୍ୟା କରାଯାଇଥିବା ଉଭୟ ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ତଥା ସାଧାରଣ ନାଗରିକଙ୍କ ଉପରେ ଅତ୍ୟାଚାର ଭଳି ଅନେକ ଆତଙ୍କବାଦୀ ଅପରାଧ ମାମଲାରେ ସମ୍ପୃକ୍ତ ଗୋଷ୍ଠୀର ଅଂଶ ଥିଲେ । ଏନକାଉଣ୍ଟର ସାଇଟରୁ ଅପରାଧୀ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com