Breaking NewsFeaturedରାଜନୀତି

ଛତିଶଗଡ ନିର୍ବାଚନ: ଇଣ୍ଡିଆ ଟିଭି-ସିଏନଏକ୍ସର ସର୍ଭେ ରିପୋର୍ଟରେ କଂଗ୍ରେସକୁ ବହୁମତ ।

ଆସନ୍ତା ମାସରେ ଛତିଶଗଡ ବିଧାନସଭା ନିର୍ବାଚନ । କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର । ଉଭୟ ଦଳ ଜିତିବା ନେଇ ଦେଖାଉଛନ୍ତି ଦାବିଦାର । ଗୋଟିଏ ପଟେ କଂଗ୍ରେସ ଭୁପେଶ ବାଘେଲଙ୍କୁ ସିଏମ ଆସନରେ ପୁଣିଥରେ ବସେଇବା ପାଇଁ ପ୍ରୟାସ କରୁଥିବା ବେଳେ ବିଜେପି କିନ୍ତୁ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଲଢୁଛି ନିର୍ବାଚନ । ତେଣୁ ଏଥର ବିଜେପିକୁ ଫାଇଦା ହେବ କି କ୍ଷତି ହେବ ତାକୁ ନେଇ ଚାଲିଛି ଆକଳନ । ତେବେ ଛତିଶଗଡରେ କିଏ ଗଢିବ ସରକାର । ପୁଣିଥରେ ଭୁପେଶ ବାଘେଲ ନା ଡିସେମ†ର ୩ରେ କିଛି ଖେଳ ହେବ । ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଏହାରି ଭିତରେ ଏବେ ସାମ୍ନାକୁ ଆସିଛି ଏକ ଚମକାଇ ଦେଲା ଭଳି ତଥ୍ୟ । ପୁଣିଥରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଯାଉଛି କଂଗ୍ରେସ ।

ଏବଂ କ୍ଷମତା ବଜାୟ ରଖିବାକୁ ଯାଉଛନ୍ତି ବାଘେଲ ସରକାର । ସେହିପରି ଯଦିଓ ବହୁମତ ହାତେଇବାରେ ଫେଲ ମାରୁଛି ବିଜେପି ତଥାପି ଏଥର ବଢୁଛି ସିଟ ସଂଖ୍ୟା । ଏନେଇ ଇଣ୍ଡିଆ ଟିଭି-ସିଏନଏକ୍ସର ମତଦାନ ସର୍ଭରେ ପ୍ରକାଶ ପାଇଛି ରିପୋର୍ଟ । ଜନମତ ସର୍ଭେ ରିପୋର୍ଟ ଅନୁସାରେ ଆଗାମୀ ବିଧାନସଭା ନିର୍ବାଚନରେ ରାଜ୍ୟର ୯୦ ସିଟ ମଧ୍ୟରୁ ୫୦ଟି ଆସନ ହାତେଇପାରେ କଂଗ୍ରେସ । ଯାହା ପାଂଚ ବର୍ଷ ତଳେ ଜିତିଥିବା ୬୮ଟି ସିଟ ତୁଳନାରେ କମ । ସେହିପରି ବିଜେପି ୩୮ ଆସନରେ ଜିତ ହାସଲ କରିବ ବୋଲି ଜଣାପଡିଛି । ତବେ ୨୦୧୮ରେ ଏହି ସଂଖ୍ୟାଥିଲା ୧୫ । ଏହାସହ ସ୍ୱାଧୀନ ତଥା ସ୍ଥାନୀୟ ଦଳ ସମେତ ଅନ୍ୟମାନେ ୭ଟି ଆସନ ତୁଳନାରେ ଅବଶିଷ୍ଟ ୨ଟି ସିଟ ଜିତିବାର ଦେଖାଦେଇଛି ସମ୍ଭାବନା । ତେବେ ଭୋଟ ସେୟାର ଆକଳନରୁ ଜଣାପଡିଛି ଯେ କଂଗ୍ରେସ ୪୫%, ବିିଜେପି ୪୨% ଓ ଅନ୍ୟମାନେ ୧୩% ଭୋଟ ପାଇପାରନ୍ତି ।

ଏଠାରେ କହିରଖୁଛୁ ଆସନ୍ତା ମାସରେ ୨ଟି ପର୍ଯ୍ୟାୟରେ ହେବ ଛତିଶଗଡ ବିଧାନସଭା ନିର୍ବାଚନ । ଡିସେମ୍ବର ୩ରେ ହେବ ଗଣତି । ଆଉ ସେହିଦିନ ହିଁ ବାହାରିବ ରେଜଲ୍ଟ । ହେଲେ ମତଦାନ ପୂର୍ବରୁ ଛତିଶଗଡର ମୁଡ ପରିଖିବା ପାଇଁ ଏକ ସର୍ଭେ କରିଥିଲା ଇଣ୍ଡିଆ ଟିଭି-ସିଏନଏକ୍ସ । ଯେଉଁଥିରେ କଂଗ୍ରେସ ଶାସନ ଡୋର ବଜାୟ ରଖିବାର ସମ୍ଭାବନା ରହିଛି ତ, ବିଜେପିର ଉନ୍ନତି ହୋଇଥିବା ଜଣାପଡିଛି । ତେବେ ଏହି ରିପୋର୍ଟର ପ୍ରଭାବ କେତେ ପଡୁଛି ଏବଂ ଏହି ଆକଳନ କେତେ ସତ ପ୍ରମାଣିତ ହେଉଛି ତା ଉପରେ ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com