Featuredଅନ୍ତର୍ଜାତୀୟରାଜନୀତି

ପୁଟିନଙ୍କୁ ବିଦା କରିବାକୁ ହେଲାଣି ପ୍ରସ୍ତୁତି !

ଗାଦିଚ୍ୟୁତ ହେବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏପରି ଦାବି କରିଛନ୍ତି ୟୁକ୍ରେନ୍ ଅଧିକାରୀ । ୟୁକ୍ରେନର ମେଜର ଜେନେରାଲ କିରିଲୋ ବୁଦାନୋଭଙ୍କ କହିବା ଅନୁସାରେ ପୁଟିନଙ୍କୁ ଗାଦିରୁ ହଟାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଋଷ ଅଧିକୃତ ୟୁକ୍ରେନ ଉପରେ ଋଷ ପୁଣିଥରେ ଆକ୍ରମଣ କରୁଥିବାବେଳେ ୟୁକ୍ରେନ ଅଧିକାରୀ ଏଭଳି ଦାବି କରିଛନ୍ତି । ଯୁଦ୍ଧ ଆରମ୍ଭରୁ ଋଷ ଅକ୍ତିଆର କରିଥିବା ଖେରସନ ପୋର୍ଟ ସହରକୁ ପୁଣିଥରେ ନିଜ ଅକ୍ତିଆରକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି ୟୁକ୍ରେନ୍। ଏହି ସମୟରେ ବ୍ରିଟେନ୍ ଖବରକାଗଜ ପୁଟିନଙ୍କୁ ନେଇ ଏଭଳି ରିପୋର୍ଟ ପ୍ରକାଶ କରିଛି। ଖେରସନକୁ ନେଇ ୟୁକ୍ରେନ ଗୁଇନ୍ଦା ମୁଖ୍ୟ କହିଛନ୍ତି ଯେ ନଭେମ୍ବର ଶେଷ ସୁଧା ଖେରସନକୁ ଋଷ ଅକ୍ତିଆରରୁ ଛଡ଼ାଇ ଆଣିବୁ। ତା ସହିତ ୨୦୧୪ରେ ଋଷ ଛଡ଼ାଇ ନେଇଥିବା କ୍ରିମିଆକୁ ବି ଆମେ ଆମ ଦେଶରେ ମିଶାଇ ଦେବୁ ବୋଲି ଗୁଇନ୍ଦା ମୁଖ୍ୟ କ୍ୱିର୍ଲୋ ବୁଦାନୋଭ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com