Breaking NewsFeaturedଓଡ଼ିଶା

କାହିଁକି ବଦଳିଲେ ୩୦୦ ଓଏଏସ୍

ଜଣେ ନୁହେଁ କି ଦଶଜଣ। ଏକାସାଙ୍ଗରେ ପାଖାପାଖି ୩୦୦ ଅଧିକାରୀଙ୍କୁ ବଦଳି କରିଦେଲେ ରାଜ୍ୟ ସରକାର। ତେବେ ହଠାତ୍‌ ଏଭଳି ନିଆରା ପଦକ୍ଷେପ କାହିଁକି? ଏନେଇ ସାରା ରାଇଜରେ ଚର୍ଚ୍ଚା। ଗୋଟିଏ ପଟେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ଏ ବ୍ୟାପକ ବଦଳି ନିର୍ଦ୍ଦେଶ ଦେବା ନେଇ ଆଲୋଚନା ସରଗରମ ହୋଇଛି।

ଏଠାରେ କହି ରଖୁଛୁ ଯେ କେନ୍ଦ୍ରୀୟ ନିର୍ବାଚନ କମିଶନ ମଧ୍ୟ ଆସିଛନ୍ତି ଓଡ଼ିଶା। ଏହି ସମୟରେ ସରକାର ଏକ ଦୃଢ ପଦକ୍ଷେପ ନେଇ ୨୯୫ ଜଣ ଓଏଏସ୍ ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନର ପଦବୀରୁ ବଦଳି କରି ନୂଆ ପଦବୀରେ ଅବସ୍ଥାପିତ କରିଛନ୍ତି। ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୧୦୬ ଜଣ ଓଏଏସ୍ ଅଧିକାରୀଙ୍କୁ ରାଜ୍ୟର ବିଭିନ୍ନ ବ୍ଲକର ବିଡିଓ ଭାବେ ବଦଳି କରାଯାଇଛି। ବଦଳିକୁ ଅପେକ୍ଷା ନକରି ସ୍ଥାନୀୟ ବ୍ୟବସ୍ଥା ଦ୍ୱାରା ତୁରନ୍ତ ବଦଳି ଆଦେଶ ଅନୁଯାୟୀ ଅଧିକାରୀମାନଙ୍କୁ କାର୍ଯ୍ୟରୁ ମୁକ୍ତ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ୧୮୯ ଜଣ ଓଏଏସ୍ ଅଧିକାରୀଙ୍କୁ ବିଭିନ୍ନ ପଦବିରେ ବଦଳି ଓ ନିଯୁକ୍ତି ଦିଆଯାଇଛି। ସେ ଯାହା ବି ହେଉ ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ବ୍ୟାପକ ବଦଳି କରାଯାଇଥିବା ନେଇ ରାଜନୀତି ମହଲରେ ଆଲୋଚନା ଜୋର ଧରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com