ଓଡ଼ିଶା

ବଡ଼ ଖବର: ମାର୍ଚ୍ଚ ୨୮ରୁ ଓଡ଼ିଶାରେ ଖୋଲିବ ଅଙ୍ଗନବାଡ଼ି

ଭୁବନେଶ୍ୱର : କରୋନା ସଂକ୍ରମଣ କମିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟରେ ସବିୁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଯିବ । ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଏସଓପି ଜାରି ହୋଇଛି । ଏସଓପି ଅନୁସାରେ, ସକାଳ ୭ଟା ୩୦ରୁ ସକାଳ ୯ଟା ୩୦ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବ । ଯଦି କୌଣସି ସ୍ଥାନରେ ଅସୁବିଧା ଥାଏ, ତାହାର ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବ । ସବୁ ଅଙ୍ଗନବାଡ଼ି କର୍ମୀ ସମ୍ପୂର୍ଣ୍ଣ କୋଭିଡ ଟିକା ନେବା ବାଧ୍ୟତାମୂଳକ ହୋଇଛି । ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟିକା ନେଇ ନଥାନ୍ତି, ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com