Breaking NewsFeaturedରାଜନୀତି

ପୁଣି ହେବ ବିମୁଦ୍ରିକରଣ!

ପୁଣି ଥରେ ଘାରିଲାଣି ଡି-ମନିଟାଇଜେସନ ବା ବିମୁଦ୍ରିକରଣ ଚିନ୍ତା । ଲମ୍ବା ଲାଇନରେ ଦିନ ଦିନ ଛିଡା ହୋଇ ଟଙ୍କା ଦେଣନେଣ କରିବାର ବିଦଗ୍ଧ ସ୍ମୃତି ଜନମାନସକୁ ପୁଣି ଥରେ ବିଚଳିତ କରି ଦେଲାଣି । କହିବାକୁ ଗଲେ ସବୁବେଳେ ଅଧରାତିରେ ଝଟକା ଦେଉଥିବା ମୋଦି ସରକାର ପୁଣି କେତେବେଳେ ରାତିିଅଧିଆ ଝଟକା ଦେଇ ନଦେବେ ସେକଥା କିଏ କହିବ ବୋଲି ବି ଲୋକେ କୁହାକୁହି ହେଲେଣି । ତେବେ ଏଇ ବିମୁଦ୍ରିକରଣ ପ୍ରଂସଗ ଉଠିିବାର ମୁଖ୍ୟ କାରଣ ହେଉଛି ମହାମହିମ ରାଷ୍ଟ୍ରପତିଙ୍କ ପତ୍ର ।

ରାଷ୍ଟ୍ରପତିଙ୍କ ଅଫିସରୁ ଜାରି ହୋଇଥିବା ଏଇ ପତ୍ରକୁ ନେଇ ଏବେ ସାରା ଦେଶରେ ହଇଚଇ । ଏହାକୁ ନେଇ ବି ସାଧାରଣରେ ଚାଲିଛି ଅନେକ ପ୍ରକାରର କଳ୍ପନାଜଳ୍ପନା । କାରଣ ଜି-୨୦ ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ରାତ୍ର ଭୋଜନ ପାଇଁ ନିମନ୍ତ୍ରଣ ପତ୍ର ପଠାଯାଇଥିଲା । ଯେଉଁ ପତ୍ରଟି ଇଂରାଜୀରେ ଲେଖା ଯାଇଥିବା ବେଳେ ସେଠି ଇଣ୍ଡିଆ ବଦଳରେ ଭାରତ ଲେଖା ହୋଇଥିଲା । ଉକ୍ତ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ଲେଖା ହୋଇଥିଲା ପ୍ରେସିଡେଣ୍ଟ ଅଫ ଭାରତ । ଅର୍ଥାତ କେନ୍ଦ୍ର ସରକାର ଭାରତର ନାଁ ଇଣ୍ଡିଆ ରହୁ ବୋଲି ଚାହୁଁ ନାହାନ୍ତି

। ବିରୋଧି ମେଣ୍ଟ ସେମାନଙ୍କ ନାଁ ଇଣ୍ଡିଆ ରଖିବା ପରେ ଶାସକ ଦଳ ଏଇ ନାଁକୁ ସମ୍ବିଧାନରୁ ହଟାଇ ଦେବାକୁ ଉଦ୍ୟମ କରୁଥିବା କୁହାଯାଉଛି । ଏପରିକି ରାଜନୈତିକ ବିଶେଷଜ୍ଞ ତଥା ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେସନ ଯାହା ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଚାଲିବ, ସେଇ ଅଧିବେସନରେ ଦେଶରର ନାମ ପରିବର୍ତ୍ତନ ସଂକ୍ରାନ୍ତିୟ ସମ୍ବିଧାନ ସଂସୋଧନ ପ୍ରସ୍ତାବ ବି ଆଣିପାରନ୍ତି କେନ୍ଦ୍ର ସରକାର । ତେବେ ଭାରତର ନାଁ ଇଣ୍ଡିଆ ନରୁହେ ତେବେ ସରକାରଙ୍କୁ ବହୁ ଜିନିଷରେ ପରିବର୍ତ୍ତନ ଆଣିବାକୁ ପଡିବ । ପ୍ରଥମେ ତ ଭାରତରେ ଚାଲୁଥିବା ସବୁ ନୋଟରେ ଲେଖା ହୋଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ।

ଯଦି ଇଣ୍ଡିଆର ନାଁ ହଟିଯାଏ ତେବେ ସବୁ ନୋଟକୁ ବଦଳାଇ ନୂଆ ନୋଟରେ ରିଜର୍ଭ ବ୍ୟାଙ୍କ ଅଫ ଭାରତ ଲେଖିବାକୁ ପଡିବ । ତେଣୁ ଏଥିପାଇଁ ସବୁ ଚଳନ୍ତି ନୋଟକୁ ପ୍ରତ୍ୟାହାର କରିବାକୁ ପଡିବ ସରକାରଙ୍କୁ । ତେଣୁ ଇଣ୍ଡିଆ ନାଁ ହଟିବା ଚର୍ଚ୍ଚା ଭିତରେ ଏବେ ଲୋକଙ୍କୁ ଛନକା କରୁଛି ବିମୁଦ୍ରିକରଣ ଚିନ୍ତା । ସେପଟେ ଖାଲି ନୋଟ ନୁହେଁ ସରକାରୀ କାଗଜପତ୍ର, ବଡ ବଡ ଜାତୀୟ ଅନୁଷ୍ଠାନ ଭଳି , କେନ୍ଦ୍ର ସରକାରଙ୍କ ସଂସ୍ଥାଚ ମଧ୍ୟ ନାଁ ପରିବର୍ତ୍ତନ କରିବାକୁ ପଡିବ । ତେବେ ଦେଖିବାକୁ ରହିଲା ଆଗକୁ ଏଇ ଭାରତ-ଇଣ୍ଡିଆ ପ୍ରସଂଗ ଆଗକୁ କେଉଁ ମୋଡ ନେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com