ରାଜନୀତି

ଆସନ୍ତା ୫ ତାରିଖରୁ ବସିବ ଷୋଡଶ ବିଧାନସଭାର ୧୫ ତମ ଅଧିବେଶନ

ଆସନ୍ତା ୫ ତାରିଖରୁ ବସିବ ଷୋଡଶ ବିଧାନସଭାର ୧୫ ତମ ଅଧିବେଶନ। ଫେବ୍ରୁଆରୀ ୫ରୁ ୧୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି।

କାମଚଳା ବଜେଟ ମଧ୍ୟ ରହିଛି । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ଆସନ୍ତା ୪ତାରିଖ ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ବସିବ। ଏ ନେଇ ସୂଚନା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସୁଥିବା ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧିଙ୍କ ସହଯୋଗ ଲୋଡିବେ ବାଚସ୍ପତି ।

Related Articles

Back to top button
WP Twitter Auto Publish Powered By : XYZScripts.com