Breaking Newsଜାତୀୟରାଜନୀତି

ରାଜସ୍ଥାନରେ ପ୍ରଚାର ବେଳେ ବିଦ୍ୟୁତ୍ ତାରରେ ଲାଗିଲା ପ୍ରଚାର ରଥ, ବଞ୍ଚିଗଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ଅଳ୍ପକେ ବର୍ତିଲେ ଅମିତ ଶାହ । ବିଦ୍ୟୁତ୍  ସଂସ୍ପର୍ଶରୁ ବଂଚିିଲେ କେନ୍ଦ୍ର ଗୃହମନ୍ତ୍ରୀ । ରାଜସ୍ଥାନରେ ପ୍ରଚାର ବେଳେ ଏକ ବିଦ୍ୟୁତ୍ ତାରରେ ଧକ୍କା ହୋଇଥିଲା ଶାହାଙ୍କ ପ୍ରଚାର ରଥ । ଏହାପରେ ଶାହଙ୍କୁ ରଥରୁ ଓହ୍ଲାଇ ଅନ୍ୟ ଏକ ଗାଡିକୁ ନିଆଯାଇଥିଲା । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ଦେଖନ୍ତୁ ଏହି ଭିଜୁଆଲକୁ ।

ଏଠାରେ କହିରଖୁଛୁ ଯେ, ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜସ୍ଥାନର ଦିଡୱାନା ଜିଲ୍ଲାର ମାକ୍ରାନାରେ ଏକ ରୋଡ ଶୋ କରିବାକୁ ଯାଇଥିଲେ । ଏହି ସମୟରେ ଶାହାଙ୍କ ପ୍ରଚାର ରଥ ରାସ୍ତାରେ ବିଦ୍ୟୁତ ତାର ସହ ଧକ୍କା ହୋଇଥିଲା । ଏକ ବଡ ଧରଣ ଦୁର୍ଘଟଣାରୁ ଶାହ ରକ୍ଷାପାଇଥିବା ବେଳେ, ଅନ୍ୟ ନେତା ଓ କର୍ମୀ ମାନେ ମଧ୍ୟ ସୁରକ୍ଷିତ ଅଛନ୍ତି ।

ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ, କେଉଁ ପରିସ୍ଥିତିରେ ଏପରି ସ୍ଥିତି ସୃଷ୍ଟି ହେଲା, ସେନେଇ ତଦନ୍ତ ଜାରି ରହିଛି । ସେପଟେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏହା ଜାଣିଶୁଣି କେହି ଏପରି କରିଥିବା କହିଛନ୍ତି ବିଜେପି ନେତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com