ଓଡ଼ିଶା

ପଞ୍ଚାୟତ ରାଜନୀତି ମୈଦାନରେ ଏମ. ଟେକ ବୋହୂ

ଚାନ୍ଦବାଲି() ବି ଟେକ ପାଠ ପଢି ଇଂଜିନିୟର୍ ଭାବେ କରୁଥିବା ଜଣେ ମହିଳା ବିବାହ ପରେ ଶଶୁର ଘର ଲୋକଙ୍କ ପ୍ରେରଣା ପାଇ ଏମ ଟେକ ପାଠ ପଢିଲେ। ସ୍ୱାମୀ ଜଣେ ବିଜିନେସ ମ୍ୟାନ ହୋଇଥିବା ବେଳେ ଶଶୁର ଅଛନ୍ତି ପଞ୍ଚାୟତ ସରପଞ୍ଚ ମାତ୍ର ତାଙ୍କ ଶଶୁର ଘର ଲୋକ ରାଜନୈତିକ ପରିବାର ହୋଇଥିବାରୁ ଏମ ଟେକ ବୋହୂ ଏବେ ରାଜନୀତି ଆଡ଼କୁ ମୁଁହାଇଛନ୍ତି।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରି ପଞ୍ଚାୟତ ସରପଞ୍ଚ ଗଙ୍ଗାଧର ଧଳଙ୍କ ବୋହୂ ସ୍ୱପ୍ନା ପ୍ରୀତିଛନ୍ଦା ପଲ୍ଲେଇ। ସ୍ୱପ୍ନା ପ୍ରୀତିଛନ୍ଦାଙ୍କ ବାପାଘର ଧାମନଗର ବ୍ଲକ ଚୂଡ଼ାକୁଟି ଗାଁରେ ବାପା ସନ୍ତୋଷ ପଲ୍ଲେଇ ଜଣେ ସଂଗୀତଜ୍ଞ। ପିଲାଟି ଦିନରୁ ଜଣେ ଇଂଜିନିୟର ହେବାକୁ ଇଛା ଥିଲା ତାଙ୍କର। କଠିନ ଅଧ୍ୟବସାୟ ବଳରେ ସେ ଆଇ ଟି ଆଇ, ଡିପ୍ଲୋମା, ବି ଟେକ ପରେ ପଞ୍ଚୁଟିକ୍ରି ଅଂଚଳର ବିଜିନେସ ମ୍ୟାନ ଅଜୟ ଧଳଙ୍କୁ ବିବାହ କରିଥିଲେ, ମାତ୍ର ତାଙ୍କର ଇଚ୍ଛା ଥିଲା ଆହୁରି ଅଧିକ ପଢିବେ।
ସ୍ୱାମୀ ଏବଂ ଶଶୁର ଘର ଲୋକଙ୍କ ପ୍ରେରଣା ପାଇ  ସିଲିକନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଭୁବନେଶ୍ୱରରେ ଏମ ଟେକ ପାଠ ପଢିଛନ୍ତି। ମାତ୍ର ଶଶୁର ଘର ଏକ ରାଜନୈତିକ ପରିବାର ହୋଇଥିବା ବେଳେ
ସମସ୍ୟା ବହୁଳ ଏହି ପଞ୍ଚାୟତରେ ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ, ଏପରିକି ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ପଞ୍ଚାୟତ ବାସୀ ସବୁଠୁ ଅବହେଳିତ ଅବସ୍ଥାରେ. ବିକାଶ ଛୁଇଁ ନଥିବା ଏହି ପଞ୍ଚାୟତବାସୀଙ୍କୁ ବିକାଶର ସ୍ୱାଦ ଦେବାପାଇଁ ସପରିବାର ପଣ କରିଛନ୍ତି। ନଦୀନାଳ ଘେରା ପଞ୍ଚାୟତ ବାସୀଙ୍କୁ ମୁଖ୍ୟ ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ଲୋକଙ୍କୁ ନଦୀ ଘାଟ ପରି ହେବାକୁ ପଡୁଛି। ପ୍ରତ୍ୟେକ ଦିନ ନାନା ସମସ୍ୟା ନେଇ ନିଜ ଶଶୁରଙ୍କ ନିକଟକୁ ଆସୁଥିବା ଲୋକଙ୍କ ଦୁଃଖ ଶୁଣି ରାଜନୀତି ପ୍ରତି ତାଙ୍କର ଦୁର୍ବଳତା ଆସିଥିଲା। ଶଶୁରଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବାକୁ ବୋହୂ ସ୍ୱପ୍ନା ପ୍ରୀତିଛନ୍ଦା ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି।

ସେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟ ଭାବରେ ନିର୍ବାଚନ ଲଢ଼ୁଛନ୍ତି।  ନୋମିନେସନ ଦାଖଲ ପରେ ଏବେ ପ୍ରତ୍ୟେକ ଦିନ କ୍ୟାମ୍ପେନଙ୍କୁ ଗଲାବେଳେ ଲୋକଙ୍କ ନିକଟରେ ଅନେକ ମୁଦ୍ଦା ରଖୁଛନ୍ତି। ସ୍ମାର୍ଟ ସ୍କୁଲ, ପକ୍କା ପାଦ ଚଲା ରାସ୍ତା, ମହିଳା ମାନଙ୍କୁ ବିଭିନ୍ନ ସୁବିଧା, ଯୁବ ବର୍ଗ ମାନଙ୍କୁ ବୈଷୟିକ, କ୍ରୀଡ଼ା କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି କରିବା ତାଙ୍କର ଇଛା। ଏପରିକି ପଞ୍ଚୁ ଟିକ୍ରି ନଦୀ ଘାଟରେ ଡ଼ଙ୍ଗା ବଦଳରେ ପକ୍କା ପୋଲ ନିର୍ମାଣ ପାଇଁ ସେ ମୂଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହୁଛନ୍ତ। ମୋ ପଞ୍ଚାୟତର ସମସ୍ତ ସ୍କୁଲ ଗୁଡିକରେ ଆବଶ୍ୟକତା ମୁତାବକ ଶିକ୍ଷକ ନିଯୁକ୍ତି ପାଇଁ ପଞ୍ଚାୟତ ସମିତି ଜରିଆରେ ପୂରଣ କରିବା
ପଞ୍ଚାୟତରେ ବାକି ରହିଥିବା ସମସ୍ତ ଗ୍ରାମୀଣ ରାସ୍ତାଗୁଡ଼ିକର ଉପଯୁକ୍ତ ମରାମତି କରିବା ଏବଂ  ନୂତନ ରାସ୍ତା ଘାଟ ନିର୍ମାଣ କରିବା ସହିତ ଆଲୋକିକରଣ କରିବା ତାଙ୍କର ଇଚ୍ଛା। ପଞ୍ଚାୟତର ସମସ୍ତ ଲୋକଙ୍କୁ ପାନୀୟ ଜଳର ବ୍ୟବସ୍ଥା କରିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରତିଷ୍ଠା କରି ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା
ବାକି ରହିଥିବା ସମସ୍ତ ଯୋଗ୍ୟ ହିତାଧିାରୀମାନଙ୍କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ରେଶନ କାର୍ଡ ପ୍ରଦାନ କରିବା ସହ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ୍ ବଣ୍ଟନର ସୁବିଧା କରିବା, ପଞ୍ଚାୟତର ସମସ୍ତ ଯୋଗ୍ୟ ବିବେଚିତ ବେକାର ଯୁବକ ଯୁବତୀଙ୍କୁ ଆତ୍ମନିର୍ଭଶୀଳ ହେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ମଧ୍ୟରେ ସାମିଲ କରିବା ସହିତ ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ରିହାତି ହାରରେ ଋଣ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିବା ବି ତାଙ୍କର ଲକ୍ଷ୍ୟ।
ପଞ୍ଚାୟତରେ ଥିବା ସମସ୍ତ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ସରକାରୀ ସୁବିଧା ଯୋଗାଇଦେବା, ପଞ୍ଚାୟତରେ ନାରୀ ଶିକ୍ଷାକୁ ଓ ନାରୀ ସଶକ୍ତିକରଣ ଯୋଜନାକୁ ତ୍ବରାନ୍ବିତ କରିବା ସହ ବହୁତ୍ ମହତ୍ ଉଦ୍ଦେଶ୍ୟ ରଖି ରାଜନୀତିରେ ପ୍ରବେଶ କରିଛି। ମାନବ ସେବା ମାଧବ ସେବା ହିଁ ମୋର ଆଦର୍ଶ। ଏହା କହିଛନ୍ତି ସ୍ୱପ୍ନା ପ୍ରୀତିଛନ୍ଦା ପଲ୍ଲେଇ।

Related Articles

Back to top button
WP Twitter Auto Publish Powered By : XYZScripts.com