ଅନ୍ୟାନ୍ୟ

ଘର ମାଲିକଙ୍କ ପ୍ରାଇଭେଟ ପାର୍ଟରେ ଚୋର ଭର୍ତ୍ତି କଲେ ବିୟର ବୋତଲ

ଭୁବନେଶ୍ୱର, ୨୭/୧୧/୨୦୨୨-   ଚୋରି ସମୟରେ ଘରେ ମୂଲ୍ୟବାନ ଜିନିଷ ନ ପାଇବାରୁ ରାଗିଗଲେ ଚୋର । ଘରର ମାଲିକଙ୍କ ପ୍ରାଇଭେଟ ପାର୍ଟରେ ଭର୍ତ୍ତି କରିଦେଇଥିଲେ ଏକ ବିୟର ବୋତଲ । ଯେଉଁ ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି । ଭେନେଜୁଏଲା ଠାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଚୋରମାନେ ଜଣେ ୭୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟରେ ଏକ ବିୟର ବୋତଲ ଭର୍ତ୍ତି କରିଥିଲେ । ସଙ୍ଗେ ସଙ୍ଗେ ଏହି ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇ ବୋତଲଟିକୁ ବାହାର କରାଯାଇଥିଲା । କିନ୍ତୁ ଏହି ଅସ୍ତ୍ରୋପଚାର ଏତେ ସହଜ ନଥିଲା। ଡାକ୍ତରଙ୍କ ପାଇଁ ବହୁତ ସମୟ ଲାଗିଲା । ଏବେ ବୃଦ୍ଧ ଜଣକ ବିପଦ ମୁକ୍ତ ଅଛନ୍ତି। ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି।

ବ୍ରିଟିଶ ଖବରକାଗଜ ମିରର ଅନୁଯାୟୀ ଏହି ୭୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାମ ପ୍ରକାଶ କରାଯାଇ ନାହିଁ । କେନ୍ଦ୍ରୀୟ ଭେନେଜୁଏଲାର ପାଲୋ ନେଗ୍ରୋରେ ତିନି ଜଣ ତାଙ୍କ ଘରେ ପଶିଥିଲେ। ହେଲେ ଘରେ ସେ କୌଣସି ମୂଲ୍ୟବାନ ଜିନିଷ ନ ପାଇ ଚୋରମାନେ ରାଗିଯାଇଥିଲେ। ଏହା ପରେ ଚୋରମାନେ ତାଙ୍କ ପ୍ରାଇଭେଟ ପାର୍ଟରେ ଏକ ବିୟର ବୋତଲ ଭର୍ତ୍ତି କରିଥିଲେ। ସେ ପ୍ରବଳ ଯନ୍ତ୍ରଣାରେ ଡାକ୍ତରଖାନା ଯାଇଥିଲେ। ଅସ୍ତ୍ରାପଚାର କରି ଡାକ୍ତରୀ ଦଳ ବୋତଲ ବାହାର କରିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com