ଅନ୍ୟାନ୍ୟ

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଗୁଆହାଟୀ : ଆସାମରେ ବନ୍ୟା ପରିସ୍ଥିତି ଯୋଗୁଁ ୩୧ଟି ଜିଲ୍ଲାର ୬ ଲକ୍ଷ ୮୦ ହଜାର ଲୋକ ବନ୍ୟା ଜଳ ମଧ୍ୟରେ ଫସି ରହିଛନ୍ତି । ନଗାଓ, ହେଜାଇ, ଚଚର, ଡେରାଙ୍ଗ, ମାରିଗାଓ ଓ କରିମଗଙ୍ଗରେ ସ୍ଥିତି ଅଧିକ ଖରାପ  । ଶୁକ୍ରବାର ବନ୍ୟା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ହୋଜାଇ ଜିଲ୍ଲାରେ ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅନେକ ଲୋକ ସେମାନଙ୍କ ଘରକୁ ଯିବାକୁ ଚାହୁଁନାହାନ୍ତି । ତେଣୁ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ଭାରତୀୟ ବାୟୁସେନା ଉଦ୍ଧାର କାମରେ ନିୟୋଜିତ ହେବ ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ବିତରଣ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com