ଅନ୍ୟାନ୍ୟ

ପଞ୍ଜାବ ସୀମାରୁ ବିଏସଏଫକୁ ବଡ଼ ସଫଳତା , ବିପୁଳ ପରିମାଣର ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ଜବତ

ଚଣ୍ଡିଗଡ଼:  ଫିରୋଜପୁର ସୀମାରେ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ କାରବାରକୁ ପଣ୍ଡ କରିଛି ବର୍ଡର ସିକ୍ୟୁରିଟି ଫୋର୍ସ । ପାକିସ୍ତାନ ପଟୁ ଡ୍ରୋନ୍ ଅନୁପ୍ରବେଶ ବେଳେ ମାରି ଖସାଇଛନ୍ତି ଯବାନ । ଏଥିରେ କୋଟିଏ ଟଙ୍କାରୁ ଅଧିକ ହେରୋଇନ୍ ସହିତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ପଞ୍ଜାବ ସୀମାରେ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ ଗତିବିଧି । ଡ୍ରୋନ୍ ମାଧ୍ୟମରେ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର କାରବାର ଜାରି ରହିଛି ।  ଫାଜିଲ୍କା ଜିଲ୍ଲାର ଚୁରିଓ୍ବାଲା ଚୁସ୍ତି ନିକଟରେ ଶନିବାର ରାତିରେ ପାକିସ୍ତାନ ପଟୁ ଡ୍ରୋନ୍ ଅନୁପ୍ରେବଶ ଉଦ୍ୟମ ହୋଇଥିଲା । ସୁରକ୍ଷାବଳ ଦେଖିବା ପରେ ଡ୍ରୋନ୍କୁ ମାରି ଖସାଇଛନ୍ତି । ସର୍ଚ୍ଚ ଅପରେସନ ବେଳେ ୭.୫ କିଲୋଗ୍ରାମର ୩ଟି ହେରୋଇନ ପ୍ୟାକେଟ୍ , ଗୋଟିଏ ପିସ୍ତଲ, ୨ଟି ମାଗ୍‌ଜିନ୍ ଓ ୯ଏମଏମର ୫୦ ରାଉଣ୍ଡ ଗୁଳି ଜବତ ହୋଇଛି । ଜବତ ହୋଇଥିବା ହେରୋଇନର ଆନୁମାନିକ ମୂଲ୍ୟ ୫୦ କୋଟି ଟଙ୍କାରୁ ଅଧିକ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com