ଅନ୍ୟାନ୍ୟ

ହାଇକୋର୍ଟରୁ ନିରାଶ ହେଲେ ଦାରା ସିଂ

କଟକ ; ୦୭।୦୯ ଖ୍ରୀଷ୍ଟିଆନ ପାଦ୍ରୀ ହତ୍ୟା ମାମଲାରେ ଦାରା ସିଂ ଓ ସହଯୋଗୀ ମାନେ ହାଇକୋର୍ଟରୁ ନିରାଶ ହୋଇଛନ୍ତି । ନିମ୍ନ  ଅଦାଲତଙ୍କ ଦଣ୍ଡାଦେଶକୁ କାଏମ ରଖିଲେ ହାଇକୋର୍ଟ । ଦାରା ସିଂ ଏବଂ ତାର ସହଯୋଗୀଙ୍କ ଅପିଲକୁ ଖାରଜ କଲେ ହାଇକୋର୍ଟ । ୧୯୯୯ ମସିହା ସେପ୍ଟେମ୍ବର ମାସରେ ଦାରା ସିଂ ଏବଂ ତାର ଅନ୍ୟ ସହଯୋଗୀମାନେ ଫାଦର ଅରୁଲ ଦସଙ୍କୁ ହତ୍ୟା କରିଥିଲେ । ଅପିଲ ଖାରଜ କରିବା ସହ ଜାମିନରେ ଥିବା ସମସ୍ତ ଅଭିଯୁକ୍ତଙ୍କ ଜାମିନକୁ ମଧ୍ୟ ହାଇକୋର୍ଟ ରଦ୍ଧ କରିଛନ୍ତି. । ଏହାସହିତ ଆସନ୍ତା ୨୩ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ କୋର୍ଟ ରାୟ ଶୁଣାଇଛନ୍ତି ।  ଦାରା ସିଂ ଏବେ ଜେଲରେ ଥିବା ବେଳେ ଅନ୍ୟ ୩ ଜଣ ଜାମିନରେ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com