ଅନ୍ୟାନ୍ୟ

ରାଜଧାନୀକୁ ସ୍ୱଚ୍ଛ ରଖିବାକୁ ବିଏମସି ଆରମ୍ଭ କଲା ମାସ୍ କ୍ୟାମ୍ପେନିଂ

ଭୁବନେଶ୍ୱର, ୧୯ /୧୦/୨୦୨୨-   ରାଜଧାନୀକୁ ସ୍ୱଚ୍ଛ ରଖିବାକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛି ବିଏମସି । ବୁଧବାର ଏଥିପାଇଁ ମାସ କ୍ୟାମ୍ପେନିଂ ଆରମ୍ଭ କରିଛି । ଆଜି ମାଷ୍ଟର କ୍ୟାଣ୍ଟିନ୍ ଠାରୁ  ସଫେଇ ଆରମ୍ଭ ହୋଇଛି । ଏହି ସଫେଇ ଅଭିଯାନରେ ମେୟର ସୁଲୋଚନା ଦାସ ଓ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବିଏମସି ଅଧିକାରୀ, କର୍ପୋରେଟର ଓ ସାନିଟାରୀ ଇନ୍ସପେକ୍ଟରମାନେ ସାମିଲ ହୋଇଥିଲେ । ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ପ୍ରତ୍ୟେକ ୱାର୍ଡରେ ଏକାଧିକ ସ୍ଥାନ ଚିହ୍ନଟ ହୋଇଛି ।

ଏହି ସବୁ ଜାଗାରେ ସଫେଇ ଅଭିଯାନ ଚାଲିବ । ସେପଟେ ଆଗକୁ ଭୁବନେଶ୍ୱରରେ ହକି ବିଶ୍ବକପ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ ଖେଳାଳି ଓ ସାଧାରଣ ଲୋକେ ଭୁବନେଶ୍ୱର ଆସିବେ । ତେଣୁ ରାଜଧାନୀକୁ ସଫା, ସବୁଜ, ସୁନ୍ଦର କରିବାର ପ୍ରୟାସ ବିଏମସି ଚଲାଇଛି । ସେହିପରି ଖୁବଶୀଘ୍ର ଭୁବନେଶ୍ୱରର ସମସ୍ତ ଡ୍ରେନେଜ ସିଷ୍ଟମକୁ ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଏମସି କମିଶନର ।

Related Articles

Back to top button
WP Twitter Auto Publish Powered By : XYZScripts.com