ଅନ୍ୟାନ୍ୟ

ସୁରାଟରେ ମୃତ୍ୟୁ ବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ଶବ ଓଡ଼ିଶା ମୋ ପରିବାର ସହାୟତାରେ ଗାଁ କୁ ଫେରିଲା

ବ୍ରହ୍ମପୁର, ୨୦/୦୮/୨୦୨୨-    ସୁରାଟ ଯାଇଥିବା ଜଣେ ଓଡ଼ିଆ ଶ୍ରମିକ ଚିକିତ୍ସାଧିନ ଅବସ୍ଥାରେ ମୃତ । ମୃତକ ଜଣକ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ କୁଠାରୀସିଂ ଗ୍ରାମର ୪୬ ବର୍ଷୀୟ ଜି. ରାମମୂର୍ତ୍ତି ରେଡ଼ି । ରାମମୂର୍ତ୍ତି  ଦୀର୍ଘ ଦିନ ହେଲା ଶ୍ରମିକ ଭାବେ ସୁରାଟରେ ରହି କାମ କରୁଥିଲେ । କିଛି ଦିନ ହେଲା  ତାଙ୍କ ସ୍ୱାସ୍ଥ୍ୟ ଠିକ ନ ରହିବାରୁ ସେ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ରାମମୂର୍ତ୍ତିଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ବର୍ଗ ସରପଞ୍ଚ ଦୁର୍ଯ୍ୟୋଧନ ରେଡ୍ଡୀଙ୍କ ସହ ଯୋଗାଯୋଗ କରିଥିଲେ। ସରପଞ୍ଚଙ୍କ ପକ୍ଷରୁ ଏନେଇ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଦାୟିତ୍ଵରେ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ଼ ଗୋପବନ୍ଧୁ ଦାସଙ୍କ ସହ ସହ ଆଲୋଚନା କରି  ଓଡିଶା ମୋ ପରିବାର ସହ ଯୋଗାଯୋଗ କରି ରାମମୂର୍ତ୍ତ ମର ଶରୀରକୁ କୁଠାରସିଂ ଗ୍ରାମକୁ ପଠାଇବା ନିମନ୍ତେ ସହାୟତା କରିବାକୁ କହିଥିଲେ । ମୃତ ଦେହ ଗ୍ରାମକୁ ଫେରିବା ପରେ ଡିଆରଡିଏ ଉପାଧ୍ୟକ୍ଷା ରାଜେଶ୍ଵରୀ ଦୋରା, ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ତଥା ବ୍ଳକ ବିଜେଡ଼ି ସଭାପତି ଅଜିତ କୁମାର ଦାସ, ସରପଞ୍ଚ ଦୁର୍ଯୋଧନ ରେଡ଼ି,  ବ୍ଲକ ଯୁବ ବିଜେଡ଼ି ସଭାପତି ବିନୋଦ ମହାଙ୍କୁଡଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ଗଞ୍ଜାମ ସ୍ଥିତ ମଲାଡ଼ ଗ୍ରାମର କୈଳାସ ରାଓଙ୍କ ମରଶରୀରକୁ ଓଡିଶା ମୋ ପରିବାର ସହାୟତାରେ ନିଜ ଗ୍ରାମ ମଲାଡ଼କୁ ଏକ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଶବ ସତ୍କାର କରାଯାଇଛି । ଡ଼ ଗୋପବନ୍ଧୁ ଦାସଙ୍କ ଏଭଳି କାଯ୍ୟକୁ ସବୁ ମହଲରୁ ପ୍ରସଂସା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com