Breaking NewsFeaturedଅନ୍ୟାନ୍ୟ

ଅଯୋଧ୍ୟା ଯିବେନି ଶଙ୍କରାଚାର୍ଯ୍ୟ । ମୋଦିଙ୍କ ଆକ୍ଟିଙ୍ଗ କରି କଣ କହିଲେ, ଦେଖନ୍ତୁ

ମୋଦି ରାମ ମନ୍ଦିରକୁ ନେଇ ରାଜନୀତି କରୁଛନ୍ତି । ମୋଦି ଭଗବାନ ରାମଙ୍କ ଅପମାନ କରୁଛନ୍ତି । ଯଦି କୌଣସି ରାଜନୈତିକ ଦଳ ବା ବିରୋଧୀ ଦଳ ଏ କଥା କୁହନ୍ତି , ତେବେ ତାଙ୍କୁ ଅଧର୍ମ କହୁଛି ବିଜେପି । ସେହି ଦଳକୁ କିମ୍ବା ଦଳର ନେତାଙ୍କୁ ରାମ ବିରୋଧୀ, ହିନ୍ଦୁ ବିରୋଧୀ କହି ଟାର୍ଗେଟ କରୁଛନ୍ତି ବିଜେପି ନେତା । କିନ୍ତୁ ବର୍ତମାନ ମୋଦିଙ୍କୁ ଅଧର୍ମୀ କହିଛନ୍ତି ଖୋଦ ଶଙ୍କରାଚାର୍ଯ୍ୟ । ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଏହାସହ ମୋଦି ରାମାଲାଲାଙ୍କ ପ୍ରତିମାକୁ ସ୍ଥାପନା କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ଶଙ୍କରାଚାର୍ଯ୍ୟ । ସେ କହିଛନ୍ତି ଅଯୋଧ୍ୟା ଶ୍ରୀରାମମନ୍ଦିରକୁ ମୋଦୀଜୀ ଲୋକାର୍ପଣ କରିବେ । ମୂର୍ତ୍ତିକୁ ସ୍ପର୍ଶ କରି ପ୍ରତିଷ୍ଠା କରିବେ । ମୁଁ କଣ ସେଠି ଛିଡା ହୋଇ ତାଳି ମାରି ଜୟ ଜୟକାର କରିବି? ମୋ ପଦର ମଧ୍ୟ ମର୍ୟ୍ୟାଦା ରହିଛି । ରାମ ମନ୍ଦିରର ପ୍ରତିଷ୍ଠା ଶାସ୍ତ୍ର ଅନୁସାରେ ହେବା ଉଚିତ । କିନ୍ତୁ ଏଭଳି ଅୟୋଜନକୁ ମୁଁ ଯିବି ନାହିଁ । ଏଭଳି ଭାବେ ବୟାନ ଦେବା ସହ ଆକ୍ଟିଙ୍ଗ କରି ଦେଖାଇଛନ୍ତି ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଶୁଣନ୍ତୁ କଣ କହୁଛନ୍ତି ଶଙ୍କରାଚାର୍ଯ୍ୟ ।

ଆପଣ ଜାଣିଥିବେ ଯେ, ହିନ୍ଦୁ ଧର୍ମରେ ଶଙ୍କରାଚାର୍ଯ୍ୟଙ୍କ ପଦ ସର୍ବୋଚ୍ଚ ସ୍ଥାନରେ ରହିଛି । ମାନେ ସବୁଠାରୁ ବଡ । କିନ୍ତୁ ରାମ ମନ୍ଦିରକୁ ନେଇ ଯେଉଁଭଳି ଭାବେ ଆୟୋଜନ କରାଯାଉଛି, ତାହା ଭୁଲ ଅଟେ ଏବଂ ଧର୍ମ ବିରୋଧୀ ଅଟେ ବୋଲି କୁହାଯାଉଛି । ତେବେ ଶଙ୍କରା ଚାର୍ଯ୍ୟଙ୍କ ଏଭଳି ଘୋର ଅସନ୍ତୋଷ ଓ ମୋଦିଙ୍କ ଉପରେ ଭଡକିବା ପରେ ଜୋର ଧରିଛି ରାଜନାତି । ଏଠାରେ କହିରଖୁଛୁ ଯେ, ଜାନୁଆରୀ ୨୨ରେ ହେବ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ତେବେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟ ଯଜମାନ ଭାବେ ଚୟନ କରାଯାଇ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏପରିକି ରାମଲାଲାଙ୍କ ଭବ୍ୟ ମୂର୍ତ୍ତିକୁ ମଧ୍ୟ ଗର୍ଭ ଗୃହ ସିଂହାସନରେ ଅଧିଷ୍ଠିତ କରାଇବା ଦାୟିତ୍ୱ ମଧ୍ୟ ମୋଦୀଙ୍କୁ ଦିଆଯାଇଥିବା ସୂଚନା ରହିଛି । ଯାହାକୁ ନେଇ ମୋଦିଙ୍କୁ ଅଧର୍ମୀ ସହ ତୁଳନା କରିଛନ୍ତି ଶଙ୍କରାଚାର୍ଯ୍ୟ ।

Related Articles

Back to top button
WP Twitter Auto Publish Powered By : XYZScripts.com