ଅନ୍ୟାନ୍ୟ

ଚେନ୍ ଲୁଟେରାକୁ ବହେ ଛେଚିଲେ ମା-ଝିଅ

ଭୁବନେଶ୍ୱର, ୨୪/୦୪/୨୦୨୩ –   ଚୋରି କରିବା ପଡିଲା ମହଙ୍ଗା । ଯିଏ ଯେମିତି ପାରିଲା ସେମିତି ମାରିଲା । ଘଟଣା ଅନୁସାରେ ଏକ ରିକ୍ସାରୁ ଜଣେ ମହିଳା ଓ ତାଙ୍କ ଝିଅ ଓହ୍ଲାଇ ରାସ୍ତା ସେପଟକୁ ଯାଉଥାନ୍ତି । ଅନ୍ୟ ଲୋକମାନେ ସେହି ସମୟରେ ଚଳ ପ୍ରଚଳ କରୁଥାନ୍ତି । ଆଉ ଏତିକିବେଳେ ଏକ କଳା ପଲସର ବାଇକରେ ଦୁଇଜଣ ଯୁବକ ଆସି ସେମାନଙ୍କ ପାଖରେ ଗାଡିର ବେଗ କମାଇ ଦିଅନ୍ତି ।

ଏହାପରେ ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ଖସି ଯିବାକୁ ଚେଷ୍ଟା କରନ୍ତି । ମାତ୍ର ସେହି ମହିଳାଙ୍କ ଝିଅ ଲୁଟେରାର ହାତକୁ ଟାଣି ଧରନ୍ତି । ଆଉ ଏହି ସମୟରେ ସମ୍ପୃକ୍ତ ମହିଳା ମଧ୍ୟ ତାଙ୍କ ଝିଅ ସହ ମିଶି ଲୁଟେରାକୁ କାବୁ କରିବାକୁ ସକ୍ଷମ ହୁଅନ୍ତି । ଏହାପରେ ଜଣେ ଯୁବକ ତୁରନ୍ତ ପହଞ୍ଚି ଚୋରଟିକୁ ମାରିବା ଆରମ୍ଭ କରନ୍ତି । ଏହାପରେ ଅନ୍ୟ ବାଟୋଇ ମଧ୍ୟ ସେଠାରେ ଜମା ହୋଇ ଯେ ଯେମିତି ପାରିଲେ ଦେହ ମୁଣ୍ଡରେ ନାଦି ଦେଇଗଲେ । ତେବେ ଏହି ଘଟଣାଟି ଜୟପୁର ଅଞ୍ଚଳରେ ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com