ଅନ୍ୟାନ୍ୟ

ପୋଲିସ ହାତରେ ଅଫତାବର ସିସିଟିଭି ଫୁଟେଜ, ବ୍ୟାଗରେ କଣ ଥିଲା ?

ଭୁବନେଶ୍ୱର, ୧୯/୧୧/୨୦୨୨-   ଶ୍ରଦ୍ଧା ହତ୍ୟା ମାମଲାରେ କ୍ରମାଗତଭାବେ ନୂଆ ଖୁଲାସା ହେଉଛି । ଅକ୍ଟୋବର ୧୮ ର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି । ସକାଳ ୪ ଟାରେ ଅଫତାବ ବ୍ୟାଗ ନେଇ ଯାଉଥିବାର ନଜର ଆସିଥିଲା । ପୋଲିସ ସନ୍ଦେହ କରୁଛି ଯେ ସେ ଶ୍ରଦ୍ଧାଙ୍କ ମୃତଦେହ ଫିଙ୍ଗିବାକୁ ଯାଇଛି । କ୍ଲିପ୍‌ରେ ଦେଖାଯାଉଛି ଯେ ଅଫତାବ ସେହି ରାତିରେ ତିନି ଥର ଯାଇଥିଲା ।

ପ୍ରମାଣ ପାଇବା ପାଇଁ ଦିଲ୍ଲୀ ପୋଲିସର ମେହେରାଉଲି ଜଙ୍ଗଲରେ ସର୍ଚ୍ଚ ଅପରେସନ କ୍ରମାଗତ ଷଷ୍ଠ ଦିନ ପାଇଁ ଜାରି ରହିଛି । ଅଫତାବର ନାର୍କୋ ପରୀକ୍ଷା କରାଯିବ । ଦିଲ୍ଲୀ ପୋଲିସ ମୁମ୍ବାଇରେ ଶ୍ରଦ୍ଧାଙ୍କ ବନ୍ଧୁଙ୍କୁ ପଚରାଉଚରା କରିଥିଲା । ୨୮ ବର୍ଷର ଅଫତାବ ଶ୍ରଦ୍ଧାଙ୍କୁ ମେ ୧୮ ରେ ହତ୍ୟା କରିଥିଲା । ପରେ ୩୫ ଖଣ୍ଡ କାଟି ଜଙ୍ଗଲରେ ଫିଙ୍ଗି ଦେଇଥିଲା । ୨୦୧୯ ଠାରୁ ଉଭୟଙ୍କ ସମ୍ପର୍କ ଥିଲା । ପୋଲିସ ପଚରାଉଚରା ବେଳେ ଅଫତାବ ତାଙ୍କ ପରିଚୟ ଲୁଚାଇବା ପାଇଁ ଶ୍ରଦ୍ଧାଙ୍କ ମୁହଁ ପୋଡି ଦେଇଥିବା ସ୍ୱୀକାର କରିଛି । ପୋଲିସ ଏପର୍ଯ୍ୟନ୍ତ ୧୩ ଟି ଖଣ୍ଡ ଜବତ କରିଛି । ସେଗୁଡ଼ିକର ଫୋରେନସିକ୍ ଏବଂ ଡିଏନ୍ଏ ଅନୁସନ୍ଧାନ କରାଯିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com