ଅନ୍ୟାନ୍ୟ

ପ୍ରଧାନମନ୍ତ୍ରୀଙ୍କୁ ଭିଡିଓ କରି କୁନି ଝିଅର ନିବେଦନ

ସ୍କୁଲ ମରାମତି ପାଇଁ ଭିଡିଓ କରି ପ୍ରଧାନମନ୍ତ୍ରୀଙ୍କୁ ଛାତ୍ରୀଙ୍କ ଅପିଲ, ଭିଡିଓ ଭାଇରାଲ ପରେ ପ୍ରଶାସନର ନିଦ ଭାଙ୍ଗିଲା

 ଭୁବନେଶ୍ୱର, ୨୧/୦୪/୨୦୨୩ –  ମୋଦି ଜି , ଆପଣ ସମସ୍ତଙ୍କ କଥା ଶୁଣୁଛନ୍ତି । ଆଜି ମୋ କଥା ବି ଟିକେ ଶୁଣନ୍ତୁ । ଏହି କୁନି ପିଲାଟି ଭିଡିଓ ମାଧ୍ୟମରେ ନିଜ ସ୍କୁରର ଜରାଜୀର୍ଣ୍ଣ ଦୃଶ୍ୟ ଦେଖାଇ ଏହାର ମରାମତି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି । ଏହି କୁନି ଝିଅଙ୍କ ନାଁ ହେଉଛି ସୀତାରା ନାଜ, ଯିଏ କି କଠୁଆର ବ୍ଲକ ସ୍ଥିତ ଲୋହାଇ ମଲହାର ଗାଁରେ ରହୁଥିବାବେଳେ ସେଠାରେ ଏକ ସରକାରୀ ସ୍କୁଲରେ ତୃତୀୟ ଶ୍ରେଣୀର ପାଠ ପଢନ୍ତି ।

ସୀରତ ନିଜ ସ୍ତୁଲର ଖରାପ ଅବସ୍ଥା ପାଇଁ ଆଦୌ ଖୁସୀ ନଥିଲୋ ସେ ସ୍କୁଲର ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ସୀତାରା ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରି କହିଥିଲେ ଯେ, କ୍ଲାସ ରୁମ ଭିତର ଖରାପ ଥିବାରୁ ସେ ଏବଂ ତାଙ୍କ ସାଙ୍ଗ ମାନଙ୍କୁ ବାହାରେ ଅପରିଷ୍କାର ଚଟାଣରେ ବସିବାକୁ ପଡୁଛି । ତଳେ ବସିବାରୁ ସ୍କୁଲ ୟୁନିଫର୍ମ ମଇଳା ହେଉଯାଉଛି । ଆଉ ଘରକୁ ଗଲେ ମା ଗାଳି କରୁଛନ୍ତି । ମୁଁ ଚାହୁଁଛି ପ୍ରଧାନମନ୍ତ୍ରୀ ଆମ ସ୍କୁଲର ସମସ୍ୟା ଦୂର କରନ୍ତୁ ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶକ ରବି ଶଙ୍କର ଶର୍ମା ସେହି ସ୍କୁଲ ପରିଦର୍ଶନ କରିଛନ୍ତି । ଏନେଇ ଶିକ୍ଷା ନିର୍ଦ୍ଦେଶକ ରବି ଶଙ୍କର କହିଛନ୍ତି ଆଧୁନିକ ଶୈଳୀରେ ସ୍କୁଲର ମରାମତି ପାଇଁ ୯୧ ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁରୀ ମିଳିଥିଲା । ହେଲେ ଠିକାଦାର ଏବଂ ପ୍ରଶାସନ ମଧ୍ୟରେ କିଛି ବିବାଦ କାରଣରୁ କାମ ବନ୍ଦ ରଖାଯାଇଥିଲା । ପୂର୍ବରୁ ମଧ୍ୟ ଏଠାରେ ସ୍କୁଲକୋଠା ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରୀ ମିଳି ସାରିଥିଲା । ତେବେ ଅଟକଥିବା କାମ ଏବେ ପୁଣି ଥରେ ଆରମ୍ଭ ହୋଇ ଯାଇଛି । ସରକାର ସମସ୍ତ ସ୍କୁଲର ଆଧୁନିକ ସୁବିଧା ଉପଲବ୍ଧ କରାଇବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com