ଅନ୍ୟାନ୍ୟ

୪ ରୁ ୫ ଦିନ ମଧ୍ୟରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର, ୨୮ /୦୨/୨୦୨୩ –   ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢିବ । ଏହା ସହିତ ମେଘ ମୁକ୍ତ ଆକାଶ ସହ ସାମୁଦ୍ରିକ ବାୟୁ ପ୍ରବାହ କମିବ । ଫଳରେ କିଛି ସ୍ଥାନରେ ୩୮ ରୁ ୪୦ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜଧାନୀ ଭୁବନେଶ୍ୱର ସମେତ ଅନୁଗୁଳ,ଢେଙ୍କାନାଳ, କେନ୍ଦୁଝର, ମାଲକାନଗିରି, ବୌଦ୍ଧ, ସୋନପୁର,  ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁରରେ ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ପାରଦ ରହିବ । ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଆହୁରି ବଢିବ ତାପମାତ୍ରା । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି  ।

ମାର୍ଚ୍ଚ ମାସ ଦ୍ବିତୀୟ ସପ୍ତାହ ବେଳକୁ ରାଜ୍ୟରେ ସ୍ଥିତି ସଂଗୀନ ହୋଇପାରେ । ଚଳିତ ମାସରେ ଭୁବନେଶ୍ବର ଦେଶର ପଞ୍ଚମ ସର୍ବାଧିକ ତାପମାତ୍ରାରେ ରେକର୍ଡ କରିଥିବା ବେଳେ ସୋନପୁର ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।

IMDର ସୂଚନା ଅନୁସାରେ ଚଳିତ ବର୍ଷ ରାଜ୍ୟରେ ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ତାପମାତ୍ରା ରେକର୍ଡ ହେବ । ଏଥିପାଇଁ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଅରେଞ୍ଜ ଏବଂ କିଛି ଅଞ୍ଚଳକୁ ରେଡ୍ ମାର୍କ ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com