ଅନ୍ୟାନ୍ୟ

ଶୀତ ନେଉଛି ଜୀବନ ! ହୃଦଘାତ ଓ ବ୍ରେନ ଷ୍ଟ୍ରୋକରେ ଗଲାଣି ୨୫ ଜଣକ ଜୀବନ

ଭୁବନେଶ୍ୱର, ୦୬/୦୧/୨୦୨୩ –   ୟୁପିର କାନପୁରରେ ଶୀତର ପ୍ରକୋପ ଜାରି ରହିଛି । କେବଳ ଏତିକି ନୁହେଁ, ଥଣ୍ଡା ହେତୁ ଜିଲ୍ଲା ଡାକ୍ତରଖାନା ଏବଂ ହାଲାଟ ହସ୍ପିଟାଲର O.P.Dରେ ବହୁ ସଂଖ୍ୟକ ରୋଗୀଙ୍କୁ ଦେଖିବାକୁ ମିଳୁଛି । ଏଥି ସହିତ କାନପୁରର ହୃଦ୍‌ରୋଗ ଡାକ୍ତରଖାନାରେ ପ୍ରତିଦିନ ବହୁ ସଂଖ୍ୟକ ହୃଦୟ ସମ୍ବନ୍ଧୀୟ ରୋଗୀ ଦେଖାଯାଉଛନ୍ତି।

କାନପୁରର ହୃଦ୍ ରୋଗ ପ୍ରତିଷ୍ଠାନର କାର୍ଡିଓଲୋଜି ବିଭାଗ ମଧ୍ୟ ଶୁକ୍ରବାର ତଥ୍ୟ ପ୍ରକାଶ କରିଛି । ଯେଉଁଥିରେ ହୃଦଘାତ ଜନିତ ରୋଗ ହେତୁ ୨୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ମସ୍ତିଷ୍କ ଷ୍ଟ୍ରୋକ୍ ହେତୁ ରୋଗୀଙ୍କ ମୃତ୍ୟୁ ମାମଲା ମଧ୍ୟ ସାମ୍ନାକୁ ଆସିଛି । ଶୀତର ପ୍ରକୋପ ଯୋଗୁଁ ଗୁରୁବାର କାନପୁରରେ ୨୫ ଜଣ ପ୍ରାଣ ହରାଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com