ଅନ୍ୟାନ୍ୟ

ୟୁଟ୍ୟୁବରୁ ଦେଖି ଶିଖିଥିଲା ନକଲି ନୋଟ ଛାପିବା, ବିକ୍ରି ବେଳେ ପୋଲିସ ପଞ୍ଝାରେ ପଡିଲା

ୟୁଟ୍ୟୁବରୁ ନକଲି ନୋଟ ତିଆରି କରିବା ଶିଖିଲେ, ପରେ ସେହି ସମାନ ଶୈଳୀରେ ନକଲି ନୋଟ ଛାପି ବଜାରକୁ ଛାଡିଲେ । ଆଉ ଚୋର ଘର ସବୁଦିନ ଅନ୍ଧାର ନରହିବା ଭଳି ଉକ୍ତ ଯୁବକ ମଧ୍ୟ ପୋଲିସ ପଞ୍ଝାରେ ପଡିଲେ । ଏକ ଲକ୍ଷ ଟଙ୍କାର ନକଲି ନୋଟ ୩୫ ହଜାର ଟଙ୍କାରେ ବିକ୍ରି କରୁଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ ଅଭିଯୁକ୍ତ । ଉକ୍ତ ଅଭିଯୁକ୍ତ ମାତ୍ର ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ନକଲି ଟଙ୍କା କାରବାରର ମାଷ୍ଟରମାଇଣ୍ଡ ଥିଲା । ଗାଜିଆବାଦର ସାହିବାବାଦ ପୋଲିସ ଖୁସି ମହମ୍ମଦଙ୍କୁ ନକଲି ଟଙ୍କା ଛପା ଓ କାରାବାର ମାମଲାରେ ଗିରଫ କରିଛି । ଖୁସି ମହମ୍ମଦ ନକଲି ଟଙ୍କା ଛାପିବାର କଳା ମାସେ ପୂର୍ବରୁ ୟୁଟ୍ୟୁବରୁ ଶିଖିଥିଲା । ମହମ୍ମଦଙ୍କ କହିବା ଅନୁଯାୟୀ, ଏ-୪ ସାଇଜ ପେପରେ ନକଲି ନୋଟ ଛାପୁଥିଲା । ପରେ ଏହାକୁ ବଜାରକୁ ଛାଡିବା ପାଇଁ କମ ଟଙ୍କାରେ ବିକ୍ରି କରୁଥିଲା । ଅଭିଯୁକ୍ତ ଠାରୁ ପୋଲିସ ୫୦୦, ୨୦୦ ଓ ୧୦୦ ଟଙ୍କାର ନକଲି ନୋଟ ଜବତ କରିଛି । ଏହାସହ ନକଲି ନୋଟ ଛାପୁଥିବା ପ୍ରିଣ୍ଟର ଓ ସାଧା କାଗଜ ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଉକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com