ଅନ୍ୟାନ୍ୟ

ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ୍‌ରେ ଅଗ୍ନିକାଣ୍ଡ

ବ୍ରହ୍ମପୁର, ୨୬/୦୮/୨୦୨୨-   ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ୍‌ରେ ଅଗ୍ନିକାଣ୍ଡ । ଶୁକ୍ରବାର ଦିନ ପାଖାପାଖି ୨ ଟା ସମୟରେ ମେଡିକାଲ୍‌ର ସୁପର ସ୍ପେଶାଲିଟି ବିଲ୍ଡିଂର ୪ର୍ଥ ମହଲାରେ ଥିବା ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଧୂଆଁ ବାହାରୁଥିବାର ସୁରକ୍ଷାକର୍ମୀ ପ୍ରଥମେ ଦେଖିଥିଲେ । ଏହା ପରେ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭି ଯାଇଥିବାବେଳେ କେବଳ ଟିକେ ଟିକେ ଧୂଆଁ ବାହାରୁଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି । ତେବେ କେଉଁ ପରିସ୍ଥିତିରେ ମେଡିକାଲ୍‌ରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି ବୋଲି ଦକ୍ଷିଣାଞ୍ଚଳ ରେଞ୍ଜ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ଦାଶଙ୍କ ସୂଚନା ଦେଇଛନ୍ତି । ୱାର୍ଡରେ ନିଆଁ ଲାଗିବା ପରେ ଭୟଭୀତ ହୋଇ ରୋଗୀମାନେ ବାହାରକୁ ଚାଲି ଆସିଥିଲେ । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ୪ଟି ଅଗ୍ନିଶମ ଟିମ୍ ନିୟୋଜିତ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com