ଅନ୍ୟାନ୍ୟ

୧୧ ହଜାର ହକି ଷ୍ଟିକ୍ ବାଣ୍ଟିବ ହକି ଇଣ୍ଡିଆ

 ଭୁବନେଶ୍ୱର, ୦୭/ ୦୪/ ୨୦୨୩ –     ହକିର ବିକାଶ ପାଇଁ  ୧୧ ହଜାର ହକି ଷ୍ଟିକ୍ ବାଣ୍ଟିବ ହକି ଇଣ୍ଡିଆ । ସେହିଭଳି ୩୩୦୦ ହକି ବଲ୍ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ମଧ୍ୟ ବଣ୍ଟନ କରାଯିବ । ସମସ୍ତ ସଦସ୍ୟ ୟୁନିଟ୍ ଏବଂ ବଛାବଛା ଏକାଡେମୀକୁ ହକି ଷ୍ଟିକ୍ ଓ ହକି ବଲ୍ ଦିଆଯିବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି ।

ସମଗ୍ର ଦେଶରେ ଖେଳାଳିଙ୍କୁ ଉଚ୍ଚମାନର ହକି ସରଞ୍ଜାମ ଯୋଗାଇଦେବା କ୍ଷେତ୍ରରେ କାମ କରାଯାଉଛି । ଏହାଦ୍ବାରା ଯୁବ ହକି ଖେଳାଳିମାନେ ଉପକୃତ ହେବା ସହ ସବୁ ପ୍ରାନ୍ତକୁ ହକି ପହଞ୍ଚିପାରିବ । ଏହାଦ୍ବାରା ଦେଶର ହକି ଖେଳାଳିମାନେ ଉପକୃତ ହେବା ସାଙ୍ଗକୁ ଖେଳ ଅଧିକ ଆଦୃତ ହୋଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com