ଅନ୍ୟାନ୍ୟ

ଖାଦ୍ୟ ଅନ୍ୱେଷଣରେ ଗାଁମୁହାଁ ହାତୀ

ଭୁବନେଶ୍ୱର, ୦୨/୦୧/୨୦୨୩ –   ଖାଦ୍ୟ ଅନ୍ୱେଷଣରେ ଏବେ ଗାଁମୁହାଁ କୁଲଡିହା ଅଭୟାରଣ୍ୟର ହାତୀ । ଘର ବାରଣ୍ଡାରୁ ଧାନ ଖାଇବା ସହିତ ହାତୀମାନେ ଘଟାଉଛନ୍ତି ବ୍ୟାପକ ଉପଦ୍ରବ । ଏପରିକି ଅଳ୍ପ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛି ଅନେକ ଜୀବନ । ସନ୍ଧ୍ୟା ହେଲେ ଗାଁର ସମସ୍ତ ଘରେ ପଡୁଛି ତାଟି କବାଟ । ଖାଁ ଖାଁ ଲାଗୁଛି ଗାଁ ସଂପୂର୍ଣ୍ଣ । ଏ ନେଇ ବାରମ୍ୱାର ବନ ବିଭାଗକୁ କହିବା ପରେ ମଧ୍ୟ ଅଞ୍ଚଳରେ ପାଟ୍ରୋଲିଂ ହେଉନଥିବା ଅଭିଯୋଗ କରିଛନ୍ତି ଲୋକେ ।

ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ବନ ବିଭାଗ ପାଟ୍ରୋଲିଂ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଚାଷୀ ।  ଯଦି ବନବିଭାଗ ଆଗକୁ ନିଜ କାମରେ ଖିଲାପ କରେ ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଆସିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଧାନମଣ୍ଡିଗୁଡ଼ିକ ସଠିକ ଭାବରେ ଚଲାଯାଉ ନ ଥିବାରୁ ଚାଷୀମାନଙ୍କ ଘରେ ଧାନ ପଡ଼ି ରହୁଛି । ଯାହାର ବାସ୍ନା ପାଇ ହାତୀମାନେ ଗାଁ ମୁହାଁ ହେଉଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀକୁଳ ।

 

Related Articles

Back to top button
WP Twitter Auto Publish Powered By : XYZScripts.com