ଅନ୍ୟାନ୍ୟ

ବାପାଙ୍କ କୋକେଇ ବନ୍ଧା ବେଳେ ଚାଲିଗଲା ପୁଅର ଜୀବନ

ବାପାଙ୍କ କୋକେଇ ବନ୍ଧା ବେଳେ ଚାଲିଗଲା ପୁଅର ଜୀବନ । ଏହା ପରେ ଏକାଠି ଜଳିଲା ବାପା-ପୁଅର ଜୁଇ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ କାମତା ଗ୍ରାମରେ ।ସୂଚନା ଅନୁସାରେ, ଲକ୍ଷ୍ମଣ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଗତକାଲି କୋରାପୁଟରେ ମୃତ୍ୟୁ ହୋଇଥିଲା । ଅନ୍ତିମ ସଂସ୍କାର ପାଇଁ ଲକ୍ଷ୍ମଣଙ୍କୁ ନିଜ ଗାଁ କାମତାକୁ ନିଆଯାଇଥିଲା । ଗାଁରେ ଅନ୍ତିମ ସଂସ୍କାର ପାଇଁ କୋକେଇ ବନ୍ଧା ହେବା ବେଳେ ପୁଅ ବେଣୁଧର ଛିଡ଼ା ହୋଇଥିଲେ । ତାଙ୍କ ଉପରେ ଗଛଟିଏ ପଡ଼ିଯିବାରୁ ପୁଅ ବେଣୁଧର ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ବେଣୁଧରଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କିଛି ସମୟ ମଧ୍ୟରେ ପରିବାରର ଦୁଇ ଜଣଙ୍କ ଦେହାନ୍ତ ହେବାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକ ଓ ବନ୍ଧୁବର୍ଗ । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com