ଅନ୍ୟାନ୍ୟ

ବିଜେଡିରୁ ବିଦାହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର, ୧୯ /୧୦/୨୦୨୨-  ବିଜେଡିରୁ ବିଦାହେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କାର କରିଛନ୍ତି । ଚଳିତ ଧାମନଗର ଉପ ନିର୍ବାଚନରେ ବିଜେଡିରୁ ଆଶାୟୀ ଥିବା ରାଜେନ୍ଦ୍ର ଟିକେଟ ନ ମିଳିବା ଯୋଗୁଁ ଅସନ୍ତୁଷ୍ଟ ଥିଲେ । ସ୍ୱାଧୀନ ଭାବରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ଘୋଷଣା କରିଥିଲେ । ଦଳ ପକ୍ଷରୁ ତାଙ୍କୁ ମନାଇବାକୁ ଶତ ଚେଷ୍ଟା କରାଯାଇଥିଲେ ବି ସେ ନିଜ ନିଷ୍ପତ୍ତିରୁ ଓହରି ନଥିଲେ । ନିଜ ସମର୍ଥକ ମାନଙ୍କ ସହିତ ନାମାଙ୍କନ ଦାଖଲ କରିଥିଲେ । ଯେଉଁଥିପାଇଁ ତାଙ୍କୁ ବିଜେଡିରୁ ବିଦା କରାଯାଇଛି । ବହିଷ୍କାର ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜେନ୍ଦ୍ର । ସେ କହିଛନ୍ତି ସଭାପତିଙ୍କ ନିଷ୍ପତ୍ତିକୁ ମୁଣ୍ଡପାତି ସହୁଛି ଏବଂ ସ୍ୱାଗତ କରୁଛି । ଆମେ ଲୋକଙ୍କ ସହିତ ରହିଛୁ କାର୍ଯ୍ୟନୁଷ୍ଠାନ ବଡ କଥା ନୁହେଁ । ଲୋକଙ୍କ ସେବା ପାଇଁ ରାଜନୀତି କରୁଛି । ଲୋକମାନଙ୍କର ସମର୍ଥନ ରହିଛି । ଉପନିର୍ବାଚନରେ ବିଜୟୀ ହେବି ।

Related Articles

Back to top button
WP Twitter Auto Publish Powered By : XYZScripts.com