ଅନ୍ୟାନ୍ୟ

୩୬ ବର୍ଷରେ ପଦାର୍ପଣ କଲେ ରୋହିତ

ଭୁବନେଶ୍ୱର,  ୩୦/ ୦୪/ ୨୦୨୩ –  ୱାନ ଡେ ମ୍ୟାଚରେ ୩ ତିନୋଟି ଡବଲ ସେଞ୍ଚୁରୀ ହାସଲ କରି ସେ ଚମକାଇ ଦେଇଥିଲେ ବିଶ୍ୱ କ୍ରିକେଟକୁ । ୱାନ ଡେ ମ୍ୟାଚରେ ଗୋଟିଏ ଇନିଂସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ହେବାର ଅତୁଟ ରେକର୍ଡର ମଧ୍ୟ ସେ ଅଧିକାରୀ । ଖାଲି ଏତିକି ନୁହେଁ ଗୋଟିଏ ବିଶ୍ୱକପରେ ୫ ଟି ଶତକ ହାସଲ କରିଥିବା ପ୍ଲେୟାର ହେଉଛନ୍ତି ସେ । ଆଜ୍ଞା ହଁ, ଆପଣ ଠିକ ଅନୁମାନ କରିଛନ୍ତି । ଆମେ ଆଜି କଥା ହେଉଛୁ ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ବିଷୟରେ ।

କାରଣ ଆଜି ହେଉଛି ତାଙ୍କର ୩୬ ତମ ଶୁଭ ଜନ୍ମଦିନ । ୧୯୮୭ ଏପ୍ରିଲ ୩୦ରେ ମୁମ୍ବାଇର ନାଗପୁରରେ ସେ ଜନ୍ମ ଗ୍ରହଣ କରିଥିଲେ । ତେବେ ଆସନ୍ତୁ ସଂକ୍ଷିପ୍ତରେ ନଜର ପକାଇବା ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଏବଂ କିଛି ରେକର୍ଡ ଉପରେ –

  • ୨୦୦୭ ଜୁନ ୨୩ରେ ଆୟର୍ଲ୍ୟାଣ୍ଡ ବିପକ୍ଷ ୱାନ ଡେ ମ୍ୟାଚରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ରୋହିତ ।
  • ସେହିପରି ୨୦୦୭ ସେପ୍ଟେମ୍ବର ୧୯ରେ ସେ ଇଂଲଣ୍ଡ ବିପକ୍ଷରେ ଟ୍ୱେଣ୍ଟି-୨୦ ଏବଂ ୨୦୧୩ ନଭେମ୍ବର ୬ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ।
  • ରୋହିତ ବିଶ୍ୱର ଏକମାତ୍ର କ୍ରିକେଟର ଭାବେ ୱାନ ଡେ ମ୍ୟାଚରେ ବ୍ୟକ୍ତିଗତ ୨୬୪ ରନର ଇନିଂସ ଖେଳିଛନ୍ତି ।
    ସେହିପରି ୱାନ ଡେ ମ୍ୟାଚର ଗୋଟିଏ ଇନିଂସରେ ସର୍ବାଧିକ ୩୩ ଚୌକା ମାରିବାର ରେକର୍ଡ ରୋହିତଙ୍କ ନାମରେ ରହିଛି ।
  • ଦିନିକିଆରେ କୌଣସି ଇନିଂସରେ କେବଳ ବାଉଣ୍ଡରୀରୁ ୧୮୬ ରନ କରିବାର ରେକର୍ଡ ରହିଛି ରୋହିତଙ୍କ ନାମରେ ।
  • ଟ୍ୱେଣ୍ଟି-୨୦ରେ ଏପର୍ଯ୍ୟନ୍ତ ସବୁଠୁ ଅଧିକ ମ୍ୟାଚ (୧୪୮) ଖେଳିଛନ୍ତି ରୋହିତ
  • ସେହିଭଳି ଟ୍ୱେଣ୍ଟି-୨୦ରେ ସର୍ବାଧିକ ଛକା (୧୮୨) ମାରିବାର ରେକର୍ଡ ବି ଏପର୍ଯ୍ୟନ୍ତ ହିଟମ୍ୟାନଙ୍କ ନାମରେ ରହିଛି ।
    ଦିନିକିଆରେ ୩ ଥର ତ୍ରିଶତକ ହାସଲ କରି ଓି୍ୱକେଟ ନେବାରେ ବି ବିଶ୍ୱର ସେ ହେଉଛନ୍ତି ପ୍ରଥମ ଖେଳାଳି
  • କ୍ୟାପଟେନ ଭାବେ ଦ୍ୱିଶତକ (୨୦୮) ହାସଲ କରିବାରେ ରୋହିତ ୨ୟ ସ୍ଥାନରେ ରହିଛନ୍ତି
    ୱାନ ଡେ ମ୍ୟାଚରେ ସର୍ବାଧିକ ଶତକ ମାରିବାରେ ବିଶ୍ୱରେ ଏବେ ରିକି ପଣ୍ଟିଂ ଙ୍କ ସହିତ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ।
  •  ଏକ ଦିବସୀୟ ମ୍ୟାଚରେ ଦ୍ରୁତ ୯୦୦୦ ହଜାର ରନ (୨୧୭ ଇନିଂସ) କରିବାରେ ମଧ୍ୟ ରୋହିତ ଏବେ ଯାଏ ବିଶ୍ୱରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com