ଅନ୍ୟାନ୍ୟ

 ଭୂକମ୍ପରେ ଥରିଲା ଚୀନ

ସିଚୁଆନ, ୦୫/୦୯/୨୦୨୨ –   ଭୂକମ୍ପରେ ଥରିଲା ଚୀନ । ଦକ୍ଷିଣପଶ୍ଚିମ ଚୀନର ସିଚୁଆନ ପ୍ରାନ୍ତର ପାର୍ବତ୍ୟ ଅଞ୍ଚଳରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଛି । ଭୂକମ୍ପ ଝଟକା ଏତେ ଜୋର ଥିଲା ଯେ, ଘରେ ଥିବା ଆକ୍ବାରିଅମର ପାଣି ଲହରୀ ଖେଳୁଥିବା ସଦୃଶ ଦେଖାଯଇଥିଲା । ତେବେ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ି ନଥିଲେ ବି କିଛି ସ୍ଥାନରେ ଘର ଭାଙ୍ଗିଥିବା ଜଣା ପଡିଛି । ସିଚୁଆନରେ ଭୂକମ୍ପ ଅନୁଭୂତ ହେବାର କିଛି ମିନିଟ ମଧ୍ୟରେ ୟାନ ସହରରେ ବି ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରହିଥିବା ରେକର୍ଡ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com