ଅନ୍ୟାନ୍ୟ

ଅଗ୍ନିକାଣ୍ଡରେ ୮ ବଖରା ଘର ଭସ୍ମୀଭୂତ

 ଭୁବନେଶ୍ୱର, ୧୩/୦୨/୨୦୨୩ –   ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ତେସିଗାଁ ଗ୍ରାମ ପଞ୍ଚାୟତରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ଟି ପରିବାରର ୮ ବଖରା ଘର ଜଳିଯିବା ସହିତ  ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ରବିବାର ବିଳମ୍ବିତ ରାତି ପ୍ରାୟ ତିନିଟା ସମୟରେ ପୁରା ପରିବାର ଶୋଇଥିବା ଅବସ୍ଥାରେ କାର୍ତ୍ତିକ ଦାସଙ୍କ ଘରେ ନିଆଁ ଲାଗିଯାଇଥିଲା ।  ପରିବାର ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ବ୍ୟାପି ଯାଇ ୮ ବଖରା ଘର ଜଳି ପୋଡି ଛାର ଖାର ହୋଇଯାଇଛି । ଅଗ୍ନି ବିପନ୍ନ ମାନଙ୍କୁ ଶୀଘ୍ର ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com