ଅନ୍ୟାନ୍ୟ

ନଦୀରେ ଭାସିଗଲେ ଦୁଇ ଯୁବକ

ପାଟପୁର, ୨୦/୦୯/୨୦୨୨-   ନଦୀରେ ଭାସିଗଲେ ଦୁଇ ଯୁବକ । ଦୁଇ ଯୁବକ ହେଉଛନ୍ତି ଜଗନ୍ନାଥ ସେଠି ଓ ବଳିଆ ଡାକୁଆ । ସେମାନଙ୍କ ମଧ୍ୟରୁ ବଳିଆ ନିଖୋଜ ଥିବା ବେଳେ ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଜଗନ୍ନାଥଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି କୁ ସ୍ଥାନାନ୍ତର କରାଯାଇଛି । ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘୋଡାହାଡ଼ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।  ଏହି ଘଟଣାଟି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଫାଶିଗୁଡା ପଞ୍ଚାୟତର ବାଙ୍ଗରଡା ଗାଁରେ ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com