ଅନ୍ୟାନ୍ୟ

ନିଜ ମନ୍ତବ୍ୟକୁ ନେଇ ବିବାଦରେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ, ୦୨/୦୯/୨୦୨୨-  ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ନିଜ ମନ୍ତବ୍ୟକୁ ନେଇ ବିବାଦରେ । ଅଗଷ୍ଟ ୨୧ ତାରିଖରେ ଆଦିବାସୀ ଶବ୍ଦକୁ ହଟାଇବା ପାଇଁ ସେ ଯୁକ୍ତି କରିଥିଲେ ଯେଉଁଥି ପାଇଁ ବିବାଦରେ ଫସିଛନ୍ତି ।

ସ୍ୱାଧୀନତା ପରେ ଦଳିତ, ସବର୍ଣ୍ଣ, ଅସବର୍ଣ୍ଣ ଓ ଆଦିବାସୀ ଭଳି ଶବ୍ଦ ସମାଜରେ ଲୋକଙ୍କ ଭିତରେ ବିଭେଦ ସୃଷ୍ଟି କରୁଥିବାରୁ ଏହାକୁ ଉଚ୍ଛେଦ କରିବା ସପକ୍ଷରେ ଯୁକ୍ତି କରିଥିଲେ । ଯାହାକୁ ନେଇ ଖପା ହୋଇଛି ଆଦିବାସୀ ସମାଜ । ଏପରିକି ଜି. ଉଦୟଗିରି ଆଦର୍ଶ ଥାନରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ଏକ ଦାବି ପତ୍ର ଦିଆଯାଇଛି । ଭାରତ ଭଳି ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରରେ ଶଙ୍କରାଚାର୍ଯ୍ୟଙ୍କ ମତ ସମଗ୍ର ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି ଅପମାନ ବୋଲି ଏଥିରେ ଦର୍ଶାଯାଇଛି । ଏ ପରିସ୍ଥିତିରେ ତାଙ୍କୁ ଗିରଫ କରିବା ପାଇଁ ଦାବି କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com