ଅନ୍ୟାନ୍ୟ

ପିକ୍‌ନିକରେ ଗୋପାଳପୁର ବୁଲିବାକୁ ଆସି ସଡ଼କ ଦୁର୍ଘଟଣାରେ ୧ ମୃତ, ୫ ଗୁରୁତର

ବ୍ରହ୍ମପୁର, ୩୦/୦୮/୨୦୨୨-  ପିକ୍‌ନିକ୍‌ ନେଲା ଜୀବନ । ଗଞ୍ଜାମ ଜିଲ୍ଲା ଗୋପାଳପୁରକୁ ସାଙ୍ଗମାନଙ୍କ ସହ ବୁଲିବାକୁ ଆସି ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । ଅନ୍ୟ ୫ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଅତି ଖୁସିରେ ସମସ୍ତେ ଗୋପାଳପୁର ବୁଲାବୁଲି ସାରି ମଙ୍ଗଳବାର ସକାଳୁ ଭୁବନେଶ୍ୱର ଫେରୁଥିବା ବେଳେ ଗଞ୍ଜାମ ଥାନା ନିକଟସ୍ଥ ଅଗସ୍ତି ନୁଆଁଗାଁ ଛକ ନିକଟରେ କାରଟି ଡିଭାଇଡରକୁ ଧକ୍କା ହୋଇ ଏକ ଟ୍ରକ ଦେହରେ ପିଟି ହୋଇଥିଲା ।

ଘଟଣାସ୍ଥଳରେ ଦେବରାଜ ନାମକ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି l  ଗୁରୁତରମାନଙ୍କୁ ନିକଟସ୍ଥ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ନ ଆସିବା ଫଳରେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ସମସ୍ତ ଛାତ୍ର ଭୁବନେଶ୍ୱର ଆଇଟିଇଆର ଇଞ୍ଜିନିୟରିଂ କଲେଜର ହୋଇଥିବା ଜଣାପଡିଛି । ଗଞ୍ଜାମ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com