ଅନ୍ୟାନ୍ୟ

ବାତିଲ୍ ହେଇପାରେ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ – ଭାରତୀୟ ଦଳର ୫ ଖେଳାଳି କୋଭିଡ୍ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ :  ରବିବାରଠୁ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ । ଏହାପୂର୍ବରୁ ଭାରତୀୟ ଦଳର ୫ ଖେଳାଳି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶିଖର ଧାଓ୍ୱନ, ଋତୁରାଜ ଗାଏକଓ୍ୱାଡଙ୍କ ଭଳି ଖେଳାଳି ସଂକ୍ରମିତ ହୋଇଛନ୍ତି । ସେହିପରି ସପୋର୍ଟ ଷ୍ଟାଫ୍ ବି ସଂକ୍ରମିତ ହୋଇଛନ୍ତି । ଫଳରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ଉପରେ କରୋନାର କଳା ବାଦଲ ଖେଳିଯାଇଛି ।

IND vs WI 2022 Squads: Full Team List For India v West Indies ODI & T20I  Series

ବିସିସିଆଇ ଅଧିକାରୀଙ୍କ କହିବାନୁସାରେ, ଏବେ ସିରିଜ ନିର୍ଦ୍ଧାରିତ ସମୟ ଅନୁସାରେ ହେବ ବୋଲି କୁହାଯାଉଛି । ଯଦି ଆଉ ନୂଆ ମାମଲା ବଢେ ତେବେ କିଛି ପରିବର୍ତ୍ତନ ହୋଇପାରେ । ଗୋଟିଏ କିମ୍ବା ଦୁଇ ଦିନ ବିଳମ୍ବରେ ମ୍ୟାଚ୍ ଖେଳାଯାଇପାରେ ।

ସେ ଆହୁରି କହିଛନ୍ତି ଯେ, ଗୁରୁବାର ଖେଳାଳିଙ୍କ ଆରଟିପିସିଆର ଟେଷ୍ଟ୍ କରାଯିବ । ଯଦି ଆଉ କେହି ପଜିଟିଭ୍ ଆସନ୍ତି ତେବେ ସିରିଜରେ ପରିବର୍ତ୍ତନ ହେବ । ଶିଖର ଧାଓ୍ୱନ ଓ ଶ୍ରେୟସ ଆୟର ସିରିଜରେ ଖେଳିବା ସମ୍ଭାବନା କମ୍ ରହିଛି । ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ୱାଲଙ୍କୁ ଦଳରେ ସାମିଲ କରାଯାଇଛି ।

ଏହାମଧ୍ୟରେ ପୁରା ଟିମ୍ ଆଇସୋଲେସନରେ ରହିଛି । ଯେଉଁମାନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି ସେମାନଙ୍କ ଅନ୍ୟ ସ୍ଥାନରେ ରଖାଯାଇଛି । ଦଳର ପ୍ରାକ୍ଟିସ୍ ସେସନ ମଧ୍ୟ ବାତିଲ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com