ଅନ୍ୟାନ୍ୟ

ମହିଳାଙ୍କୁ ଆକ୍ରମଣ ମାମଲାରେ ବାପା ପୁଅଙ୍କୁ କାରାଦଣ୍ଡ

ବ୍ରହ୍ମପୁର, ୦୪/୧୧/୨୦୨୨ –   ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଆକ୍ରମଣ ଘଟଣାରେ ବାପ-ପୁଅଙ୍କୁ କାରଦଣ୍ଡ ହୋଇଛି । ୨୦୧୪ର ଏହି ମାମଲାର ବିଚାରଣା କରି ବ୍ରହ୍ମପୁର ସ୍ଥିତ ଏସିଜେଏମ ଅଦାଲତର ବିଚାରପତି ଦୁଇ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ କାରାଦଣ୍ଡ ଶୁଣାଇଛନ୍ତି । ଅଭିଯୁକ୍ତ ପୁଅ କେ.ସୁକୁରୁଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ହୋଇଥିବା ବେଳେ ବାପା କେ. ଜୁରିଆଙ୍କୁ ୧ ବର୍ଷ କାରାଦଣ୍ଡ ହୋଇଛି । ଉଭୟ ବାପା ଓ ପୁଅଙ୍କୁ ଜୋରିମାନା ବାବଦକୁ ୧୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ନିର୍ଦ୍ଦେଶ ରହିଛି ।

ଜୋରିମାନା ଅନାଦେୟ ସୁକୁରୁଙ୍କୁ ଅଧିକ ୬ ମାସ ଓ ଜୁରିଆଙ୍କୁ ୩ ମାସ କାରାଦଣ୍ଡ ଭୋଗିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, କେ.ନୂଆଗାଁ ଥାନା ଅନ୍ତର୍ଗତ ଆମୁଣ୍ଡି ଗ୍ରାମର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା । ୨୦୧୪ ଜୁନ ୨୭ ତାରିଖରେ ଅଭିଯୋଗକାରୀ ମହିଳା କେ ଅଜୁରୁମ ଘର ନିକଟ ଏକ ପାଇପରୁ ପାଣି ଆଣୁଥିବା ବେଳେ ଅଭିଯୁକ୍ତ ବାପା ଓ ପୁଅ ଖଣ୍ଡା ଓ କାତିରେ ତାଙ୍କୁ ଆକ୍ରମଣ କରିଥିଲେ । ମହିଳାଙ୍କ ପୁଅ କେ.ନୂଆଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରି ଉଭୟ ବାପା ଓ ପୁଅଙ୍କୁ ଗିରଫ କରିଥିଲା । ମାମଲାର ବିଚାରାଣା ବେଳେ ୮ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା।ସରକାରଙ୍କ ପକ୍ଷରୁ ଅତିରିକ୍ତ ପି ପି ତଥା ଆଇନଜୀବୀ ଭି.ପ୍ରସନ୍ନ କୁମାର ପାତ୍ର ମକଦ୍ଦମା ପରିଚାଳନା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com