ଅନ୍ୟାନ୍ୟ

ଇଣ୍ଡୋନେସିଆରେ ଭୟଙ୍କର ଲାଭା ଉଦ୍‌ଗିରଣ

ଭୁବନେଶ୍ୱର,୦୫/୧୨/୨୦୨୨-   ବର୍ଷକ ବ୍ୟବଧାନ ପରେ ଇଣ୍ଡୋନେସିଆରେ ସବୁଠାରୁ ଉଚ୍ଚାରେ ଥିବା ଜ୍ୱାଳାମୁଖୀ ମାଉଣ୍ଟ ସେମେରୋ ଫାଟିଛି । ଇଣ୍ଡୋନେସିଆ ସରକାର ଏହି ଅଗ୍ନି ଉଦଗୀରଣକୁ ଦୃଷ୍ଟିରେ ରଖି ୪ ନମ୍ବର ସତର୍କତା ଜାରି କରିଛନ୍ତି । ଏହାର ଅର୍ଥ ହୋଉଛି ଲୋକମାନଙ୍କ ଘରଦ୍ୱାର ପ୍ରତି ବିପଦ ରହିଛି । ଏହାର ପ୍ରଭାବରେ ୧୨ ହଜାର ଫୁଟ ଉଚରେ ଜ୍ୱାଳାମୁଖୀ ପାହାଡରୁ ଗରମ ପବନ, ଲାଭା ଏବଂ ଧୂଆଁ ବାହାରି ଆଖପାଖ ଅଞ୍ଚଳ ଏବଂ ଚାଷ ଜମିକୁ ମାଡି ଯାଇଛି ।

ପୂର୍ବ ଜାଭା ପ୍ରଦେଶରେ ଥିବା ସେମେରୁ ହେଉଛି ଇଣ୍ଡୋନେସିଆର ସର୍ବୋଚ୍ଚ ଆଗ୍ନେୟଗିରି । ଲୋକମାନଙ୍କୁ ଏହି ପର୍ବତର ୮ କିଲୋମିଟର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ତେବେ ଏପର୍ଯ୍ୟନ୍ତ କେହି ମୃତାହତ ହେବାର ଖବର ମିଳିନାହିଁ । ଶେଷଥର ପାଇଁ ଗତ ବର୍ଷ ଡିସେମ୍ବର ମାସରେ ସେମେରୁରୁ ଅଗ୍ନି ଉଦଗୀରଣ ହୋଇଥିଲା । ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com