ଅନ୍ୟାନ୍ୟ

ରିଅଲ ଲାଇଫ୍‌ରେ ଚନ୍ଦନ କାଠ ଚୋରି କରି ବନ୍ଧା ହେଲେ ନକଲି ‘ପୁଷ୍ପା’

ବେଙ୍ଗାଲୁରୁ: ସୋସିଆଲ ମିଡିଆ ପାଖରୁ ଆରମ୍ଭ କରି ରିଲ ଲାଇଫ୍‌ରେ କଥା କଥାରେ ‘ପୁଷ୍ପା’ ଫିଲ୍ମର ତେୱର। ‘ପୁଷ୍ପା’ ପୁଷ୍ପାରାଜ ଝୁକେଗା ନେହିଁ… ଯାହାକୁ ଦେଖିବ ତା’ ମୁହଁରେ ଏହି ଡାଏଲଗ। ହ୍ୱାଟସ୍‌ ଅପ୍‌ ଷ୍ଟାଟସ୍‌ ହେଉ ଅବା ଫେସ୍‌ବୁକ୍‌ ତଥା ଇନ୍‌ଷ୍ଟାଗ୍ରାମର ରିଲ୍‌, ସବୁଠି ପୁଷ୍ପାକୁ ନେଇ ଚାଲିଛି ଟ୍ରେଣ୍ଡ। ତେବେ ରିଲ୍‌ ଲାଇଫ୍‌ର ଏହି ଘଟଣାକୁ ରିଅଲ୍‌ ଲାଇଫ୍‌ରେ ଅପଣାଇ ବନ୍ଧା ହୋଇଛନ୍ତି ଜଣେ ନକଲି ‘ପୁଷ୍ପା’ ଓରଫ ୟାଶିନ ଇନାୟତୁଲ୍ଲା।

ୟାଶିନ ଇନାୟତୁଲ୍ଲା। ବେଙ୍ଗାଲୁରୁର ସେ ଜଣେ ଡ୍ରାଇଭର। ପୁଷ୍ପା ଫିଲ୍ମରୁ ପ୍ରେରିତ ହୋଇ ନାଲି ଚନ୍ଦନ କାଠ ଚୋରା ଚାଲାଣ କରିବାକୁ ୟାଶିନ ପ୍ରୟାସ କରିଥିଲେ। ଆଲ୍ଲୁ ଅର୍ଜୁନଙ୍କ ଟ୍ରିକ୍‌ ଆପଣାଇ ସେ କରିଥିଲେ ଚୋରି। ନାଲି ଚନ୍ଦନକାଠ ବୋଝେଇ ଏକ ଟ୍ରକ୍‌କୁ କର୍ଣ୍ଣାଟକ-ଆନ୍ଧ୍ରା ସୀମା ପାର୍‌ କରାଇ ସେ ମହାରାଷ୍ଟ୍ର ନେବାକୁ ଚେଷ୍ଟା କରିଥିଲେ। ତେତେ ସୀମା ପାର୍‌ ବେଳେ ମାଡି ବସିଥିଲା ମହାରାଷ୍ଟ୍ର ପୁଲିସ। ଆଉ ତାଙ୍କର ଏହି ଚୋରି କରିବାର ଫିଲ୍ମି ଟ୍ରିକ୍‌ ପାଣି ଫାଟି ଯାଇଥିଲା। ମହାରାଷ୍ଟ୍ର ମିରାଜ ନଗର ଗାନ୍ଧି ଛକ ସାଙ୍ଗଲିରୁ ୟାଶିନଙ୍କୁ ଧରିଥିଲା ପୁଲିସ।

ସାଙ୍ଗଲି ପୁଲିସ ସୂଚନା ମୁତାବକ, ଏକ ଗୁପ୍ତ ଖବର ପାଇ ୟଶିନ ଯେଉଁ ଟ୍ରକ୍‌ରେ ନାଲି ଚନ୍ଦନ କାଠ ବୋଝେଇ କରିଥିଲେ ତା’ଉପରେ ପୁଲିସ ଚଢ଼ାଉ କରିଥିଲା। ପୁଷ୍ପା ଫିଲ୍ମ ଭଳି ୟାଶିନ ମଧ୍ୟ ପୁଲିସକୁ ଚକ୍‌ମା ଦେବାକୁ ଯାଇ ନିଜ ଟ୍ରକ୍‌ର ଉପର ଭାଗରେ ଫଲ ଓ ପନିପରିବା ରଖିଥିଲା ଆଉ ଭିତରେ ଥିଲା ଚୋରା ନାଲି ଚନ୍ଦନ କାଠ। କେବଳ ସେତିକି ନୁହେଁ ନିଜ ଟ୍ରକ୍‌ରେ ସେ COVID-19 ଅତ୍ୟାବଶ୍ୟକ ଦ୍ରବ୍ୟର ଏକ ଷ୍ଟିକର୍ ମଧ୍ୟ ମାରିଥିଲା। ଜବତ ନାଲି ଚନ୍ଦନ କାଠର ଦାମ୍‌ ୨.୪୫ କୋଟି ଟଙ୍କା ହେବ। ଏଥିସହ ଜବତ ଟ୍ରକ୍‌ର ଦାମ୍‌ ପାଖାପାଖି ୧୦ ଲକ୍ଷ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ପୁଷ୍ପା ଫିଲ୍ମରେ ସାଉଥଷ୍ଟାର ଆଲ୍ଲୁ ଅର୍ଜୁନ ଏଭଳି ହିଁ  ନାଲି ଚନ୍ଦନ କାଠ ଚୋରି କରି ପୁଲିସକୁ ଦେଉଥିଲେ ଚକ୍‌ମା। ସାଧାରଣ ଚୋରରୁ ସେ ପାଲଟିଥିଲେ ଚୋର ଗ୍ୟାଙ୍ଗର ସରଦ୍ଦାର। ସବୁ ଚୋରି ବେଳେ ପୁଲିସ ଆଖିରେ ସେ ଧୂଳି ଦେଉଥିଲେ। ପୁଲିସ ବି ତାଙ୍କୁ ଧରି ପାରୁନଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com